ଗଜପତି ଜିଲ୍ଲାରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତରଫରୁ ୨୦୨୬ ଦଶମ ଶ୍ରେଣୀ ପରୀକ୍ଷାରେ ଏ-ୱାନ ଗ୍ରେଡ୍ (୬ ଜ ଣ) ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଜିଲ୍ଲାର ୭ଟି ବ୍ଲକର ଶୀର୍ଷ ୩ ଜଣ ସଫଳତା ଅର୍ଜନକାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆଜି ଜିଲ୍ଲାପରିଷଦ ସ୍ଥିତ ଆର:ସେ:ଟି: ଭବନରେ ଏକ ଭବ୍ୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା ସମଗ୍ର ଓଡ଼ିଶାରେ ସର୍ବାଧିକ ପାସ୍ ହାର ୯୯.୩ % ପ୍ରତିଶତ ହାସଲ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଯୋଗୁଁ ସମଗ୍ର ଜିଲ୍ଲାରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ପାରଳାଖେମୁଣ୍ଡି ମହାରାଜା ଗାର୍ଲସ୍ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋମୁଗ୍ଧକର ଉଦ୍‌ଘାଟନୀ ସଙ୍ଗୀତ ମାଧ୍ୟମରେ ହୋଇଥିଲା। ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା। ଏହି ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ନିଜ ଉଦ୍‌ବୋଧନରେ କହିଥିଲେ ଯେ, “ଗଜପତି ଆଜି କେବଳ ଏକ ଏସ୍ପିରେସନାଲ ଜିଲ୍ଲା ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଇନପିରେସନାଲ ଜିଲ୍ଲା ଭାବେ ପରିଚିତ ହୋଇଛି।” ଜିଲ୍ଲାର ଶିକ୍ଷକ , ଅଭିଭାବକ ଓ ଛାତ୍ରଛାତ୍ରୀ’ଙ୍କ ପ୍ରୟାସ ଏହି ଅଭୂତପୂର୍ବ ସଫଳତାର ମୂଳ କାରଣ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଙ୍କ ମାର୍ଗଦର୍ଶନ ରେ ପ୍ରୟାସ “ସୁପର- ୩୦” ଦ୍ୱାରା ସଫଳତା ହାସଲ ହେଇଥିବା ସମସ୍ତ ଅତିଥି ଭୂରି ଭୂରି ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ କହିଥିଲେ ଯେ, “ଗଜପତିର ଛାତ୍ରଛାତ୍ରୀ ମାନେ ଆଜି ପ୍ରମାଣ କରି ଦେଇଛନ୍ତି ଯେ ପରିଶ୍ରମ , ଶୃଙ୍ଖଳା ଓ ସଂକଳ୍ପ ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।” ଗ୍ରାମାଞ୍ଚଳ’ର ପ୍ରତିଭାମାନେ ଆଜି ରାଜ୍ୟସ୍ତରରେ ଗଜପତି’କୁ ଗୌରବାନ୍ୱିତ କରିଛନ୍ତି ବୋଲି କହିଥିଲେ।   ସେହିଭଳି ଅନ୍ୟତମ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଓ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଯୋଗ ଦେଇ ନିଜ ଅଭିଭାଷଣରେ “ଏହି ସମ୍ବର୍ଦ୍ଧନା କେବଳ ଛାତ୍ରଛାତ୍ରୀ’ଙ୍କ ସଫଳତାର ଉତ୍ସବ ନୁହେଁ , ବରଂ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ମଞ୍ଚ।” ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ଜାତି ଗଠନରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ।  ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଏହି ରେଜଲ୍ଟ କୁ ନେଇ ଗର୍ବ ପ୍ରକାଶ କରିବା ସହ ଶିକ୍ଷା ବିଭାଗର କୁ ଧନ୍ୟବାଦ ଦେଇ ଉତ୍ସାହିତ କରି ଭବିଷ୍ୟତ ରେ ଆହୁରି ସୁନାମ ଅର୍ଜନ କରିବା ପାଇଁ କହିଥିଲେ।   କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ ରଇତ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ , ଉପ ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ଏବଂ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ , ଶିକ୍ଷାବିଦ୍ , ଅଭିଭାବକ , ଶିକ୍ଷକ- ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।     ଏହି କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ: ଗିରିଧର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ. ରବିକୁମାର’ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ପରିଶ୍ରମ ବିଷୟରେ ଆଲୋକ ପାତ କରି ସଭା କାର୍ଯ୍ୟ ସମାପ୍ତ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ଓ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହେବ। ସହ ଏକ ସୁନ୍ଦର ପରିବେଶ ମଧ୍ୟରେ ସମାପ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.