ପାଳିତ ହେଲା ‘ସାଇନ୍‌ସ ଏୱାରନେସ୍ ଫୋରମ୍’ର ପ୍ରଥମ ସ୍ଵନକ୍ଷତ୍ର ଦିବସ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମଣିଷ ସମାଜର ମଙ୍ଗଳ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଥିବା ‘ସାଇନ୍ସ ଏୱାରନେସ୍ ଫୋରମ୍‌’ର ପ୍ରଥମ ଜନ୍ମଦିନ ଉତ୍ସବ ସ୍ଥାନୀୟ ବାଗବୃନ୍ଦାବନ ସ୍ଥିତ ‘ଶ୍ରୀ ଶିକ୍ଷା’ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ (୨)ର ନବମ ଶ୍ରେଣୀର ଛାତ୍ରୀ ଏ.ଆର. ହଂସିନି ବୈଜ୍ଞାନିକ ଆଇନଷ୍ଟାଇନ୍‌ଙ୍କ ଫଟୋଚିତ୍ର ନିକଟରେ ‘ବିଜ୍ଞାନ ପ୍ରଦୀପ’ ପ୍ରଜ୍ଜ୍ଵଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ‘ସାଇନ୍ସ ଏୱାରନେସ୍ ଫୋରୋମ୍’ର ମୁଖ୍ୟ କବି ପ୍ରଶାନ୍ତ ଦାସ ଉତ୍ସବ ପରିଚାଳନା କରି ଉତ୍ସବର ଆଭିମୁଖ୍ୟ ସଂପର୍କରେ କହିଲେ ଯେ, ବିଜ୍ଞାନର ଉପଯୁକ୍ତ ବ୍ୟବହାର ପୃଥିବୀ, ପ୍ରକୃତି, ପରିବେଶକୁ ସୁରକ୍ଷା ରକ୍ଷା କରି ମଣିଷ ସମାଜର ମଙ୍ଗଳର କାରଣ ହେବ ଓ ଦ୍ରବ୍ୟର ପୁନର୍ବ୍ଯବହାରକୁ ଦୃଷ୍ଟି ଦେଲେ ବହୁ ସମସ୍ୟାର ସମାଧାନ ହୋଇଯିବ’। ଉକ୍ତ ବିଷୟରେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ମଣିଷମାନଙ୍କ ଭିତରେ ସଚେତନ‌ତା ସୃଷ୍ଟି କରିବା ପାଇଁ ‘ଫୋରୋମ୍’ ବିଭିନ୍ନ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବ। ଅତିଥି ଭାବେ ଝାଡ଼େଶ୍ବର ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ତଥା ‘ଫୋରମ’ ସଭାପତି ଡ. ସମର ବଲ୍ଲଭ ଭୋଇ, ଆବାହକ, ବିଜ୍ଞାନ ଲେଖକ ଓ ଶିକ୍ଷକ ପଦ୍ମଲୋଚନ ପ୍ରଧାନ ଯୋଗଦାନ କରି ବର୍ତ୍ତମାନ ସମୟରେ ବିଜ୍ଞାନର ବ୍ୟବହାର ନକରାତ୍ମକ ପ୍ରଭାବ ପ୍ରକୃତି ଓ ପରିବେଶକୁ ଦୂଷିତ କରି ପୃଥିବୀରେ ବାସ କରୁଥିବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି’। ‘ଫୋରମ୍’ର ସଂପାଦକ ସାଇ ଶିଶୁ ବିଦ୍ୟାମନ୍ଦିରର ଅଧ୍ଯକ୍ଷ ମଧୁସୂଦନ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ‘ବିଦ୍ୟାର୍ଥୀ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ବିପ୍ଳବ ଦାସ ମହାପାତ୍ର ଯୋଗ ଦେଇଥିଲେ। ଶେଷରେ ମେଧାବୀ ବିଜ୍ଞାନ ଛାତ୍ର ଓ ‘ଫୋରମ୍’ର ସଂଯୋଜକ ରାଧାବଲ୍ଲଭ ଦଳାଇ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଧାରିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଓ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍ ଓ ଅବଦୁଲ୍ କାଲାମ୍‌ଙ୍କ ଜୟନ୍ତୀରେ ଜଣେ ବିଜ୍ଞାନ ଲେଖକ ଓ ମେଧାବୀ ଛାତ୍ର/ଛାତ୍ରୀଙ୍କୁ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.