ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦର ମହକୂମା ଡାକ୍ତରଖାନା ରୋଗିଙ୍କ ପାଇଁ ସେବାକେନ୍ଦ୍ର ନୁହେଁ, ବରଂ ମୃତ୍ୟୁ ର ଦ୍ବାର ପାଲଟିଛି ବୋଲି ଆଲୋଚନା ହେଉଛି। ମେଡିକାଲ କର୍ତ୍ତୃପକ୍ଷ ଙ୍କ ଚମର ଅବହେଳା ଓ ଦାୟିତ୍ଵ ହୀନତା ଯୋଗୁଁ ଡ଼ାକ୍ତରଖାନା ପରିସରରେ ଏକ ବିଶାଳ ଶୁଖିଲା ଗଛ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି। ନିହାତି ଦୁର୍ଭାଗ୍ୟର ବିଷୟ ଯେ, ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ, ଅଧିକାରୀ ପ୍ରତିଦିନ ନିଜର ଗାଡ଼ିରେ ଏହି ବିପଦସଙ୍କୁଳ ରାସ୍ତା ଦେଇ ଯିବାଆସିବା କରୁଥିଲେ ମଧ୍ୟ ସାଧାରଣ ରୋଗୀଙ୍କ ଜୀବନ ତାଙ୍କ ପାଇଁଁ କୈାଣସି ମୂଲ୍ୟ କରୁନାହିଁ। ଜନସାଧାରଣ ଙ୍କ ସୁରକ୍ଷା ପ୍ରତି ଏଭଲି ବେପରୁଆ ମନୋଭାବ ରଖିଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ ଅଧିକାରୀ ଗାଡ଼ିରେ ଯିବାଆସିବା କରିଥିବାରୁ ସେଥିପ୍ରତି ଦୃଷ୍ଟି ଦେଉନଥିବା ରୋଗୀ ତଥା ତାଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। କେତେବେଳେ ମଧ୍ୟ କାହାରି ଉପରେ ପଡିଲେ ପ୍ରାଣ ଚାଲିଯିବା ମଧ୍ୟ ଆଶଙ୍କା କରାଯାଇଛି। ଏବିଷୟରେ ମୁରିବାହାଲ ଡାକ୍ତରଖାନା ଅଧିକାରୀ ଥବିର ମେହେର ଙ୍କୁ ପଚାରିବାରୁ ଆମ ପରିସରରେ ଗଛ ନଥିବା ରୁ ଆମେ କାଟି ପାରିବୁ ନାହିଁ ବୋଲିି ପ୍ରତିକ୍ରିୟା ଦେଇଥିଲେ। ତେବେ କୈାଣସି ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ଶୁଖିଲା ଗଛକୁ ଡାକ୍ତରଖାନା ପରିସରରୁ ହଟାଇବାକୁ ରୋଗୀ ତଥା ସମ୍ପର୍କୀୟ ଦାବି କରିଛନ୍ତି।





