ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରଦାନ କରିବା ଏବଂ ଉଜ୍ଜ୍ୱଳ ହେବା ସଂପ୍ରୀତି ବିଷୟ ବସ୍ତୁ କୁ ନେଇ ସମଗ୍ର ବିଶ୍ୱରେ କିଟ, କିସ୍ ଓ କିମ୍ସ ପକ୍ଷରୁ ୧୩ତମ ଆର୍ଟ ଏଫ୍ ଗିଭିଂ ପାଳନ ହେଉଛି। ଏହି କ୍ରମରେ କୋକସରା ବ୍ଳକ ଫୁପଗାଁ ଧାନମଣ୍ଡି ଠାରେ ରବିବାର କିଟ୍, କିସ୍ ଓ କିମ୍ସ କୋକସରା ଶାଖା ପକ୍ଷରୁ ବ୍ଳକ ସଂଯୋଜକ ସନ୍ଥ କୁମାର ନାଏକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କିସର ପୁର୍ବତନ ଛାତ୍ର ଭୁବନେଶ୍ୱର ଦିଶାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃତିବାସ ଶବର ମୁଖ୍ୟ ଅତିଥି, କିସ୍ କଳାହାଣ୍ଡିର ଶିକ୍ଷକ ତୁଳସୀ ପ୍ରାସାଦ ଶବର, ଭୁବନେଶ୍ୱର କିସ୍ ର ପୂର୍ବତନ ଛାତ୍ର ଦୋଳଗୋବିନ୍ଦ ନାଏକ, କିଶୋର ମାଝୀ, କିସ୍ କଳାହାଣ୍ଡିର କର୍ମଚାରୀ ଅର୍ଜୁନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାପାଇଁ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅବଦାନ କୁ ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ଏଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ସମାରୋହରେ ବ୍ଲକର ବିଭିନ୍ନ ଗ୍ରାମରୁ କିଟ୍ ଓ କିସର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହିଥିଲେ। କଳାହାଣ୍ଡି କିସ୍ ର ଛାତ୍ରୀ ସ୍ଲେଶା ଶବର ଓ ଅର୍ଚ୍ଚିତା ଶବର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରେମଲାଲ ଶବର, ଫକୀର ପାତ୍ର, କାମାକ୍ଷ ଶବର, ତୀର୍ଥବାସ ପୁଝାରୀ, ଶ୍ୟାମ ସୁନ୍ଦର ନାଏକ, ନରେନ୍ଦ୍ର ନାଏକ, ମାଧବ ଶବର, ଦୟାନିଧି ଭୋଇ, ମଦନ ଭୋଇ, ଭରତ ପୁଝାରୀ, ବବୃବାହାନ ପାତ୍ର, ଆଶା କର୍ମୀ ନବ ନାଏକ, ଦୁତିକା ପାତ୍ର ଲଳିତା ଶବର ସମେତ ଅବିଭାବକ ମାନେ ପରିଚାଳନାରେ ସହଯୋଗ କରିଥିଲେ।





