ଲାଞ୍ଜିଗଡ଼ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ବ୍ଲକ ସାମାଜିକ ସମୀକ୍ଷକ ବିମଳ ବାଗଙ୍କ ଉପସ୍ଥିତିରେ ଭିଆରପିମାନେ ନିଜର ତଥ୍ୟ ଉପସ୍ଥାପନ କରିଥିବାବେଳେ
ଜନଶୁଣାଣୀରେ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ, ପିଇଓ, ଏଡିଇଓ, ଜିଆରଏସ୍, ଗାଁସାଥୀ ଏବଂ ବ୍ଳକ୍ର ସମସ୍ତ କର୍ମଚାରୀ ସାମାଜିକ ସମୀକ୍ଷାରେ ଆର୍ଥିକ ବର୍ଷ ୨୦୨୫-୨୬ ଦିତୀୟ ପର୍ଯ୍ୟାୟ ଉପସ୍ଥିତ ରହି ଅବଧି ୧ ଏପ୍ରିଲ ୨୦୨୫ ଠାରୁ ୩୦ ସେପ୍ଟେମ୍ବର ୨୦୨୫ପର୍ୟ୍ୟନ୍ତ କାର୍ଯ୍ଯର ସମୀକ୍ଷା କରିଥିଲେ। ତେବେ ୪୯୨୪ ଜଣ ଜବ କାର୍ଡ ଧାରୀ ୧୦୦ ଦିନର କାମ ମିଳିଛି। କନିଷ୍ଠ ଯନ୍ତ୍ରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଉପସ୍ଥାପନ କରିଥିଲେ।

ଏହି ଅବସରରେ ବ୍ଳକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯିବା ସହିତ ଅଧପନ୍ତରିଆ ହୋଇ ପଡ଼ିଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ପାଇଁ ଶିବିରରେ ଆଲୋଚନା ହୋଇଥିଲା। ଏଥିପାଇଁ ଥିବା ସମସ୍ୟା ଗୁଡ଼ିକୁ ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନ କରିବା ସହିତ ମନରେଗା କାର୍ଯ୍ୟକ୍ରମରେ ସ୍ଵଚ୍ଛତା ଅବଲମ୍ବନ କରି ବ୍ଳକ୍ ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, ଗ୍ରାମ୍ୟ ସଡ଼କ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉଦ୍ୟାନ ଆଦି କାର୍ଯ୍ୟକ୍ରମ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାପ୍ତ କରିବା ପାଇଁ ବିଡ଼ିଓ ଶ୍ରୀ ପାତ୍ର ଅଧିକାରୀ ତଥା କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଏଡିଇଓ, ଜିଆରଏସ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.