ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ରୋଗୀ କଲ୍ୟାଣ ସମିତି’ର ଏକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଆଜି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର’ର ସମ୍ମିଳନୀ କକ୍ଷ ଠାରେ ସମିତିର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତିର ଉଦ୍ଦେଶ୍ୟ ନେଇ ଏହି ବୈଠକ ଅନୁଷ୍ଠିତ ହେଉଥିବା ବେଳେ , ଏହା ଗତ ପ୍ରାୟ ୨ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଏଭଳି ବୈଠକ କରା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମିତି’ର କିଭଳି ଉନ୍ନତି ସମ୍ଭବ ହେବା ସହ ସମସ୍ୟା ଗୁଡିକର ସମାଧାନ ହୋଇପାରିବ ବୋଲି ବିଧାୟକ ଇଂ ପାଣିଗ୍ରାହୀ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ ।
ଏହି ସ୍ଵାସ୍ଥ୍ୟକେନ୍ଦ୍ର’ଟି ବିଭିନ୍ନ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ୧୮ କୋଟି ଟଙ୍କା ବ୍ୟୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ବାସ୍ଥ୍ୟ କେନ୍ଦ୍ର କୁ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଅଚାନକ ଗ୍ରସ୍ତ କରି ସେଠାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସଂସ୍ଥା କର୍ମଚାରୀ ଙ୍କୁ ଡକାଇ ସେମାନଙ୍କ ସହ କୋଠା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଏହି କୋଠା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନ ଭାବେ ଚାଲିଥିବା ଯୋଗୁଁ ଠିକାଦାର ସଂସ୍ଥା ଓ ଯନ୍ତ୍ରୀଙ୍କୁ ଉଚ୍ଚମାନ’ର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯକ୍ରମ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଶ୍ରୀ ଏନ: ବୀରାରାଜୁ , ଗୋଷାଣୀ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ସଦସ୍ୟ ଅଂଶୁମାନ ନାୟକ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଏସ ବାଲାରାଜୁ , ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡ: ସୁମନ କୁମାର ସେଠୀ , ଡ଼ାଃ ଅନଙ୍ଗ ସୁଦନ ଭୂୟାଁ , ପି:ଏଚ:ଇ:ଓ: ମମତା ପାଢ଼ୀ ପ୍ରମୁଖ’ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଅଭିମନ୍ୟୁ ପରିଡ଼ା , ମନ ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।





