ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ପିନାକିଲ ଶିକ୍ଷାକେନ୍ଦ୍ର +୨ କଳା ପରୀକ୍ଷାରେ ପୁର୍ନବାର ସଫଳତା ଅର୍ଜନ କରିଛି । କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପିନାକିଲ ଶିକ୍ଷା କେନ୍ଦ୍ରପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ସମ୍ବର୍ଦ୍ଧନା ସଭାରେ ପିନାକିଲରେ ଅଧ୍ୟୟନ କରୁଥିବା ତଥା ତିର୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ +୨ କଳାରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ୱାତୀ ସୁଦେଷ୍ଣା ମହାନ୍ତି (୫୪୭)ଙ୍କ ସମେତ ଅରୁନ୍ଧତୀ ଲେଙ୍କା( ୫୩୪), ରାଜେଶ୍ୱରୀ ମହାନ୍ତି(୫୨୩) ଓ ଅନ୍ୟ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷା କେନ୍ଦ୍ରର ମୁଖ୍ୟ କାଳିଆ ଜେନା, ଶିକ୍ଷୟିତ୍ରୀ ସୁନନ୍ଦା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଶିକ୍ଷା ଗୁରୁ ଚୌଧୁରୀ ଶ୍ରୀକାନ୍ତ ଦାସଙ୍କୁ ଶିକ୍ଷା କେନ୍ଦ୍ର ତରଫରୁ କୃତଜ୍ଞତା ଜ୍ଞାପନ କରଯାଇଥିଲା l





