ଘୁନସରରେ କୁମ୍ଭକାର ସମାଜର ବ୍ଲକ ସ୍ତରୀୟ ସମାବେଶ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଘୁନସର ପଞ୍ଚାୟତ ଘୁନସର ସ୍ଥିତ ଚଣ୍ଡି ମନ୍ଦିର ପରିସରରେ କୁମ୍ଭକାର ସମାଜର ବ୍ଲକ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି | ସଭାରେ ବ୍ଲକ ସଭାପତି ଧନଞ୍ଜୟ ରଣା ଅଧ୍ୟକ୍ଷତା କରିଥିବା ବେଳେ କୋଷାଧକ୍ଷ ରିଙ୍କୁ ରଣା ସଭା ସଂଯୋଜନା କରିଥିଲେ | ସଭା ପୂର୍ବରୁ ସମାଜର ଇଷ୍ଟ ଦେବ ରତ୍ନେଶ୍ବରୀ, ରୁଦ୍ରପାଳଙ୍କ ପୂଜା ଅନୁଷ୍ଠିତ ହୋଇଥିଲା |ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ଟିଟିଲାଗଡ଼ ବ୍ଲକ ସଭାପତି ସୁରେନ୍ଦ୍ର ରଣା, ସମିତି ସଭ୍ୟ ଉମାକାନ୍ତ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ବ୍ଲକ ସମ୍ପାଦକ ନିଧି ରଣା ବାର୍ଷିକ ବିବରଣୀ ପାଠ କରିଥିଲେ | କୁମ୍ଭକାର ବୃତ୍ତି, କଳାର ମହତ୍ତ୍ୱ, ସମାଜ ଲୋକଙ୍କ ଆର୍ଥିକ, ଶୈକ୍ଷିକ ପ୍ରଗତିର ରୂପରେଖ ଆଦି ବିଷୟରେ ବକ୍ତାଗଣ ବିସ୍ତୃତ ଭାବେ ବୁଝାଇଥିଲେ | ଶେଷରେ ବ୍ଲକ ଉପସଭାପତି ଶେଷଦେବ ରଣା ଧନ୍ୟବାଦ ଅର୍ପଣ କରିଥିଲେ | ସମ୍ମିଳନୀରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ସମାଜ ସଦସ୍ୟ ଯୋଗଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.