ରାମଚନ୍ଦ୍ରପୁରରେ ପହଞ୍ଚିଲା ମୁଖ୍ୟମନ୍ତ୍ରୀ ବସ ସେବା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ବର୍ଷର ପ୍ରତୀକ୍ଷା ଆଜି ଶେଷ ହୋଇଛି। ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱନାଥପୁର- ନର୍ଲା ଦେଇ ଚାଲୁଥିବା ୩ ନମ୍ବର ବସକୁ ଆଜି ସମ୍ପ୍ରସାରିତ କରାଯାଇଛି। ଫଳରେ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁରକୁ ପହଞ୍ଚିପାରିଛି ମୁଖ୍ୟମନ୍ତ୍ରୀ ବସସେବା। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରୁ ବାହାରି ଲାଞ୍ଜିଗଡ଼ରୋଡ଼- କଦମ୍ବଗୁଡା- ଗୋବର୍ଦ୍ଧନପୁର ଏବଂ ଭାଲୁଚଞ୍ଚରା- ଗୋପାଳପୁର ଦେଇ ରାମଚନ୍ଦ୍ରପୁର ପହଞ୍ଚିବା ପରେ ସେଠାରେ ବସକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ ପଣ୍ଡା, ୱାର୍ଡସଭ୍ୟ ସୁଷମା ବେହେରା, ସଦାଶିବ ମାଝୀ, ବରିଷ୍ଠ ନାଗରିକ ଦିଲୀପ ମିଶ୍ର, ଉମାଶଙ୍କର ବେହେରା, ପୀତବାସ ମାଝୀ, ବିରଞ୍ଚି ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜକ ଗୋବର୍ଦ୍ଧନପୁର ପଞ୍ଚାୟତ ଡେଭଲପମେଣ୍ଟ ଫୋରମର ଆବାହକ ସୁଶୀଲ କୁମାର ବାଗ ସ୍ୱାଗତ ଅଭିଭାଷଣ ସହିତ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଭାତରଞ୍ଜନ ବେହେରା, ଲମ୍ବୋଦର ପତି, ମୁକେଶ ବେହେରା, ବିକ୍ରମ ଛତ୍ରିଆ, ହୃଷିକେଶ ବଗର୍ତ୍ତି, ତୀର୍ଥ ଗହୀର, ହୃଷିକେଶ ପୁଟେଲ, ଦେବ ପୁଟେଲ, ଜଳଧର ସାଗର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବ୍ଲକ ସୁପରଭାଇଜର ଭଗବାନ ନିଆଲ, ସିଏସ ଏଲ ସୁପରଭାଇଜର ଶମ୍ଭୁ ସାହୁ, ବସ ଚାଳକ ବଳରାମ ନାଗ, ଖଗେଶ୍ୱର ମାଝୀ, କଣ୍ଡକ୍ଟର ରାଜେନ୍ଦ୍ର ପାତ୍ରଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବସ ଚଳାଚଳ ପରେ ଅଞ୍ଚଳରେ ବେଶ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.