ନିହାରିକା ମେଧା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ୱରର ୬୭୦ ମେଧାବୀ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ “ନିହାରିକା ମେଧା ସମ୍ମାନ-୨୦୨୬” ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। “ଆମେ ନମ୍ବରରେ ଶତକଡା ୯୦, କିନ୍ତୁ ଦେଶ ଗଠନରେ ୧୦୦%” ଥିମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ A1 ଗ୍ରେଡ ପାଇଥିବା ଜିଲ୍ଲାର ୬୭୦ ଜଣ ଛାତ୍ରଛାତ୍ରୀଙ୍କୁ ୩ଟି ଅଧିବେଶନରେ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ବାଲେଶ୍ୱର ଆଇନ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ରାଜେନ୍ଦ୍ରକିଶୋର ରାୟ ଉଦଘାଟନ କରିଥିଲେ। ସିଦ୍ଧିବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ଓ ସତ୍ୟସାଇ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ କଲେଜର ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ଦାସ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ମତ ଦେଇଥିଲେ।

ନିହାରିକା ଫାଉଣ୍ଡେସନର ଅଧ୍ୟକ୍ଷ ରୀତିକ ଜୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ଆଗାମୀ କାର୍ଯ୍ୟକ୍ରମ, ସମ୍ପାଦକ ଶ୍ୟାମସୁନ୍ଦର ମହାନ୍ତି ଅତିଥି ପରିଚୟ ଓ ଉପଦେଷ୍ଟା ପାର୍ଥ ସାରଥୀ ଦାସ ବକ୍ତବ୍ୟ ରଖିଥିଲେ। ଟ୍ରଷ୍ଟି ମୀତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଦ୍ୱିତୀୟ ଓ ତୃତୀୟ ଅଧିବେଶନରେ ସାମ୍ବାଦିକ ରଞ୍ଜନ ବାଗ, ଅଜିତ ମହାନ୍ତି, ବ୍ରହ୍ମନାଥ ରଥ, ଟାଉନ ଥାନାଧିକାରୀ ବିଜୟ କୁମାର ଦାସ, ପୂର୍ବତନ ଏବିଇଓ ବିକର୍ତ୍ତନ ନାୟକ, ଶିକ୍ଷକ ନେତା ଦେବେନ୍ଦ୍ର ଚୌଧୁରୀ, ପଣ୍ଡିତ ମନ୍ମଥ ମିଶ୍ର, ସମାଜସେବୀ ମନୋଜ ରାଉତ, ଲାୟନ୍ସ ଡିଷ୍ଟ ଗଭର୍ଣ୍ଣର କ୍ରିଷ୍ଣା ଦାସ, ପ୍ରଫେସର ସ୍ମିତା ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିଥିଲେ। ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଦର୍ଶକ ଗ୍ୟାଲେରୀରୁ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜକ ସତ୍ୟଭାମା ମୁଦୁଲି, ଡ. ବିଥିକାରାଣୀ ପଟ୍ଟନାୟକ, ଉପସଭାପତି ଅର୍ଦ୍ଧେନ୍ଦୁ ଶେଖର ଦାସ, ଶୁଭମ ସାଇ ମହାପାତ୍ର, ସହ-ସମ୍ପାଦକ ବିଭୁଦତ୍ତ ପରିଡା, ସ୍ନେହାଞ୍ଜଳି ପାଣିଗ୍ରାହୀ, ତପନ ଦାସ, ଅଭିଷେକ ମହାନ୍ତି, ବିକାଶ ବେହେରା, ମଳୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ। ଦେବାଂଶୀ ଓ ନୃତ୍ୟଶ୍ରୀ ଡ୍ୟାନ୍ସ ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.