ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀ ଗୁଡା ସେବା ସମବାୟ ସମିତି ଅଧିନସ୍ଥ ରେଙ୍ଗାଲ ପାଲି ଧାନ ମଣ୍ଡି ରବିଋତୁ ପାଇଁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ବଡପୁଝାରୀ ଗୁଡା ସେବା ସମବାୟ ସମିତି ର ସହ କର୍ମଚାରୀ ଟଙ୍କଧର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଡ଼ ପୁଝାରୀ ଗୁଡା ସେବା ସମବାୟ ସମିତି ର ନିର୍ଦେଶକ ଧନେଶ୍ଵର ପୁଞ୍ଜି, ଧନସିଙ୍ଗ ଶବର,ଗୟା ସାହୁ, ଧୃବ ଚରଣ ସାହୁ, ସନ୍ତୋଷ ରାଉତ, ଅର୍ଜୁନ ରାଉତ,ବିଶ ମାଝୀ,ନିରନ ରାଉତ ,ରେଙ୍ଗାଲ ପାଲି ଅଧିନସ୍ଥ ଗୋପାଳ ପୁର,ତାଲପଦର ଚାଷୀ ଉପସ୍ଥିତ ରହି ଉଦ୍ଘାଟନ ରେ ସହ ଭାଗିତା ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜୟପାଟଣା ଆର୍ ଏମ୍ ସି ର କର୍ମଚାରୀ ମୋହନ ଚରଣ ଧଙ୍ଗଡା ମାଝୀ,ମଲୟ ପ୍ରଧାନୀ ଉପସ୍ଥିତ ରହି ଧାନ ଉଠାଣ କରିବା ରେ ସହଯୋଗ କରିଥିଲେ। ରେଙ୍ଗାଲପାଲି ଧାନ ମଣ୍ଡି ପ୍ରତିବର୍ଷ ସୁରୁଖୁରୁରେ ଚାଲୁଥିବା ବେଳେ ଏ ବର୍ଷ ମଧ୍ୟ ଚାଷୀ ଏବଂ ମିଲର୍ସ ମିଳିତ ସହଯୋଗ ରେ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ଧାନ ଉଠାଣ ହେଇପାରିବ ସେ ଦିଗରେ ଧ୍ୟାନ ଦେବା ପାଇଁ ପେକ୍ସ କର୍ମଚାରୀ ଏବଂ ଉପସ୍ଥିତ ଚାଷୀ ମାନଙ୍କୁ ଅତିଥି ମାନେ ପ୍ରବର୍ତ୍ତାୟୀ ଥିଲେ।





