ଓଡ଼ିଆ ବାର୍ତ୍ତା/ ଥୁଆମୁଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ସାମ୍ବାଦିକ ପ୍ରଦୀପ କିଶୋର ପଣ୍ଡାଙ୍କ ପିତା ସତ୍ୟ ନାରାୟଣ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହେଇ ଥୁଆମୁଳ ରାମପୁର ଠାରେ ଜ୍ୟେଷ୍ଠ ପୁଅ ସାମ୍ବାଦିକ ପ୍ରଦୀପଙ୍କ ନିକଟରେ ରହୁଥିଲେ । ଗତକାଲି ସଂଧ୍ୟାରେ ହୃଦଘାତ ହେବାଯୋଗୁଁ ତାଙ୍କର ଦେହାନ୍ତ ହେଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ବନ୍ଧୁ ବାନ୍ଧବଙ୍କ ସମେତ ବହୁ ଲୋକଙ୍କ ସମାଗମ ହେଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀଙ୍କ ସମେତ ଦୁଇ ପୁଅ ପ୍ରଦୀପ, ମନୋଜ, ଦୁଇ ବୋହୂ, ତିନି ଭାଇ ହରେକୃଷ୍ଣ, ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ଏବଂ ପଂଚାନନଙ୍କ ସମେତ ଭାଇ ବୋହୁ, ପୁତୁରା ଝିଆରୀଙ୍କ ସମେତ ନାତୀ ନାତୃଣୀମାନେ ଉପସ୍ଥିତ ରହିଥିଲେ । ଆଜି ଗୁରୁବାର ସକାଳେ ଗାଁ ଶ୍ମଶାନରେ ଦାହ ସଂସ୍କାର କରାଯାଇଛି । ତାଙ୍କ ଶବାଧାରରେ ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନା, ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ସଭ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ଆଇନଜିବୀ ମନୋରଞ୍ଜନ ନାଏକ, ସାମ୍ବାଦିକ ରବୀନ୍ଦ୍ର ମିଶ୍ର, ବଳଭଦ୍ର ବାଗ, ବୀର ବଜରଙ୍ଗ ଚାରୁମଜୁମଦାର ନାଏକ, କୈଳାଶ ଛତ୍ରିଆ, ଅଙ୍ଗଦ ନାଏକ, କୀର୍ତ୍ତି ଚନ୍ଦ୍ର ଦୁର୍ଗା ପ୍ରମୁଖଙ୍କ ସମେତ ଅଞ୍ଚଳର ସନ୍ତୋଷ ପଟ୍ଟନାୟକ, ନରସିଂ ବେହେରା, ରବି ପାଣିଗ୍ରାହୀ, ଗୋକୁଳ ଚନ୍ଦ୍ର ମୁଣ୍ଡ, ଶ୍ରୀନିବାସ ପାଣିଗ୍ରାହୀ ପ୍ରମୁଖ ସାମିଲ ହେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳ ଜଣେ ଉତ୍ତମ ମଣିଷଙ୍କୁ ହରାଇଲା । ସ୍ବର୍ଗତ ପଣ୍ଡା ଜଣେ ବନ୍ଧୁ ବତ୍ସଳ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ନିଜ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ବାର୍ତ୍ତା ଦେଇଛତି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ । ‘ଜଣେ ବରିଷ୍ଠ ସଂଗଠକ । ମୋର ଜଣେ ଘନିଷ୍ଠ ସହଯୋଗୀଙ୍କୁ ହରାଇଲି’ ବୋଲି ପ୍ରଦେଶ କଂଗ୍ରେସ ଜମିଟିର ସଭାପତି ଭକ୍ତ ଦାସ ନିଜ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ବାଧୀନ ପାତ୍ର, ଲଳିତ କନୁନଗୋ, ସତ୍ୟ ନାରାୟଣ ମହାପାତ୍ର ଓ ରଜନୀ ମିଶ୍ର ପ୍ରମୁଖ ଶୋକ ବ୍ୟକ୍ତ କରି ଦିବଂଗତ ଆତ୍ମାଙ୍କ ସଦଗତି କାମନା କରିଛନ୍ତି ।





