ଓସିଏସରେ କୃତକାର୍ଯ୍ୟ ହେଲେ ଗଜବାହାଲର ଭବେଶ ଭୋଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଓଡିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗାଁର ଭବେଶ କୁମାର ଭୋଇ ରାଜ୍ୟରେ ୯୩ ନମ୍ବର୍ ର଼୍ୟାଙ୍କ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛା ଳର ସୁଅ ଛୁଟିଛି। ଭବେଶ ପୂର୍ବରୁ ମଧ୍ୟ ଏହି ପରୀକ୍ଷା ରେ ୩୬୦ ନମ୍ବର୍ ର଼୍ୟାଙ୍କ ରଖି କୃତକାର୍ୟ୍ଯ ହୋଇ ଥିଲେ ଓ ବର୍ତ୍ତମାନ ସେ ଭୁବନେଶ୍ୱର ଠାରେ ବ୍ଲକ ଶ୍ରମ ଅଧିକାରୀ ଭାବରେ ତାଲିମ ନେଉଛନ୍ତି। ସେ ଗଜବାହାଲ ଗାଁର ପୁଲିସ କନେଷ୍ଟବଳ ସ୍ୱର୍ଗତ ମକୁନ୍ଦ ଭୋଇ ଓ ମାତା କସ୍ତୁରି ଭୋଇଙ୍କ ପୁତ୍ର ଅଟନ୍ତି। ତାଙ୍କର ଏକ ଭଉଣୀ ଫାଲଗୁନି ଭୋଇ (ଜ୍ୟୋତି) ଅଛନ୍ତି। ପିତା ମାତା ଉଭୟେ ପୁଲିସ ବିଭାଗରେ ଚାକିରୀ କରିଥିବାରୁ ଭବେଶଙ୍କ ପାଠ ପଢା ଭବାନୀପାଟଣା ବାଲାଜୀବିହାର ଶିଶୁ ବିଦ୍ୟାମନ୍ଦିର, ଭବାନୀପାଟଣା ସ୍ୱୟଂ ସାସିତ ମହାବିଦ୍ୟାଳୟ, ବିଜେବି କଲେଜରେ ହୋଇଥିବା ଜଣାପଡିଛି। ଭବେଶ କର୍ଲାମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପବିତ୍ର ଭୋଇଙ୍କ ନାତି ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ବ୍ଲକ ଆଦିବାସୀ ସଂଘ ଓ ଆଦିସ୍କନ୍ଦ ସମାଜ, ପ୍ରେସ କ୍ଲବ ପକ୍ଷରୁ ଶୁଭେଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.