ରାସ୍ତା ପାଇଁ ଅଟକିଛି : କାର୍ଯ୍ୟକ୍ଷମ ହୋଇପାରୁନାହିଁ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା

ଅସହାୟ ରାଜସ୍ବ ବିଭାଗ, ଜବର ଦଖଲ କାରୀଙ୍କ କବଜାରେ ସରକାରୀ ଜମି

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇ ଥିବା ବେଳେ ଜ଼ିଲ୍ଲା ର ଶେଷସୀମା ନୂଆପଡା ଓ କଳାହାଣ୍ଡି ଜ଼ିଲ୍ଲା ର ସୀମା ବର୍ତ୍ତୀ ଅଞ୍ଚଳ ର ଗୋଟିଏ ମାତ୍ର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ହୋଇ ଥିବା ବେଳେ ପ୍ରତିମାସରେ ଚାରିରୁ ପାଞ୍ଚ ହଜାର ରୋଗୀ ନିର୍ଭର କରିଥାନ୍ତି। ଏହି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଶହେ କିଲୋମିଟର ଦୂରରେ ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ୨୮ କିଲୋମିଟର ଦୂର ପଡିଥାଏ ଗରିବ ଶ୍ରେଣୀର ଲୋକ ମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ରୁ ବଞ୍ଚିତ ହେଉ ଥିବା ବେଳେ ପ୍ରାଇଭେଟ ରେ ଚିକିତ୍ସା ହେବା ପାଇଁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡୁଛି ଏହି ଅଞ୍ଚଳ ମୁଖ୍ୟତଃ ଏକ ଦାଦନ ପ୍ରବଣ ଅଞ୍ଚଳ ଓ ଗରିବ ଶ୍ରେଣୀ ଲୋକ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ତତ୍ପରତା ଦେଖାଇ ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ରୋଗୀଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଥିବା ବେଳେ ଶଯ୍ୟାର ଘୋର ଅଭାବ ସାଂଗକୁ ଉନ୍ନତ ମାନର ମସିନାରୀ, ଚିକିତ୍ସା ସୁବିଧା ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଉପଲବ୍ଧ ହୋଇପାରୁ ନାହିଁ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରାୟ ୩ ବର୍ଷ ତଳେ ତିରିଶ ଶଯ୍ୟା ବିଶିଷ୍ଟ ନୂତନ କୋଠାର ପରିକଳ୍ପନା ହୋଇଥିଲା। ଲୋକେ ଭାବିଥିଲେ ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେଲେ ଏହି ଅଞ୍ଚଳର ରୋଗୀ ମାନେ ଉପକୃତ ହେବେ ବାହାର କୁ ଆଉ ଯିବାକୁ ପଡିବ ନାହିଁ ହେଲେ ଚକାଚକ ହୋଇ ବଡ଼ ବିଲଡିଙ୍ଗ ନିର୍ମାଣ ହୋଇସାରିଛି ଏବେ ନୂତନ କୋଠା କୁ ଧୂଳି ଖାଉଛି ଲୋକଙ୍କ ମନରେ ଗୋଟିଏ କଥା କେବେ କାର୍ଯ୍ୟକ୍ଷମ ହେବ ଏହି ନୂତନ କୋଠା ଖୁବ୍‌ଶୀଘ୍ର ଏହାର ଉଦ୍‌ଘାଟନ କରାଯିବ ବୋଲି କଳ୍ପନା ଜଳ୍ପନା ଲାଗିଥିବା ବେଳେ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ତଥ୍ୟ ମୁତାବକ ୩୦ ନଭେମ୍ବର ୨୦୨୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ନୂତନ କୋଠାର ନିର୍ମାଣ କାର୍ଯ୍ୟ ଭିଡିଓ କନଫରେନ୍ସସି ମାଧ୍ୟମରେ ଭିର୍ତ୍ତି ପ୍ରସ୍ତର ଆରମ୍ଭ କରିଥିଲେ ଏହାର ନିର୍ମାଣ ଅଟକଲ ମୂଲ୍ୟ ୯ କୋଟି ୨୯ ଲକ୍ଷ ୩୬ ହଜାର ୫୯୩ ଟଙ୍କା ବ୍ୟାୟ ରେ ନିର୍ମାଣ ହେଉଥିବା ବେଳେ ଏଥିପାଇଁ ଏକ ଘରୋଇ ଠିକାସଂସ୍ଥାକୁ ନିୟୋଜିତ କରାଯାଇଥିଲା ୨ ବର୍ଷ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ସୁଦ୍ଧା ବିଳମ୍ବ ହୋଇ ମଧ୍ୟ ଜୋଠା ନିର୍ମାଣକାର୍ଯ୍ୟ ଏକପ୍ରକାର ଶେଷ ହୋଇଛି। ଅଞ୍ଚଳବାସି ଙ୍କ ବହୁ ଦିନର ସ୍ବପ୍ନ ପୂରଣ ନେଇ ଆଶା ବାନ୍ଧି ବସିଛନ୍ତି ତେବେ ଏ ନେଇ ଶୁକ୍ରବାର ଦିନ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଣା ହସ୍ପିଟାଲ କୋଠାର ସ୍ଥିତି ଠିକ୍ ନଥିବାରୁ ଶିଘ୍ର ନୂତନ ତିଆରି ହୋଇଥିବା ହସ୍ପିଟାଲ କୋଠା କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବାପାଇଁ ଆଲୋଚନା ହୋଇଥିଲା। ତେବେ ସିନ୍ଧେକେଲା ପଞ୍ଚାୟତ ମୁଖ୍ୟାଳୟ ର ବିଭିନ୍ନ ସ୍ଥାନରେ ପ୍ରାୟ ବହୁ ସରକାରୀ ଜମି ରହିଥିଲେ ହେଁ ପ୍ରାୟ ନୂତନ ନିର୍ମାଣ ହୋଇଥିବା ହସ୍ପିଟାଲ କୋଠା ନିକଟ ଏବଂ ବଙ୍ଗୋମୁଣ୍ଡା – ଚାନ୍ଦୋତରା ୪୨ ନମ୍ବର ରାଜ୍ୟ ରାଜପଥରେ ପଡୁଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାରେ ମୁଖ୍ୟତଃ ନୂତନ ହସ୍ପିଟାଲ କୋଠା ନିର୍ମାଣ ହୋଇଥିବା ନିକଟରେ ସରକାରୀ ଜମିକୁ ଜବରଦଖଲ ହୋଇ ଥିବାରୁ ଏବେ ନୂତନ ହସ୍ପିଟାଲ କୁ ରାସ୍ତା ଦେବାକୁ ରାଜସ୍ୱ ବିଭାଗ କୁନ୍ଥ କୁନ୍ଥ ହେଉଥିବା ଅଞ୍ଚଳ ରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି ସୁଚନାଯୋଗ୍ୟ ଯେ କିଛି ବର୍ଷ ତଳେ ହସ୍ପିଟାଲ ତିଆରି ହେବାର ଖବର ପ୍ରଚାରିତ ହେବା ପରେ ପରେ ବହୁ ସଂଖ୍ୟାରେ ସ୍ଥାନୀୟ ଓ ବାହାର ଅଞ୍ଚଳ ର ଲୋକେ ସ୍ଥାନୀୟ କୁଜି ନେତା ଙ୍କୁ ହାତବାରିସ କରି ସରକାରୀ ଜମିକୁ ଜବରଦଖଲ କରି ବଡ଼ବଡ଼ କୋଠା ନିର୍ମାଣ କରିଥିବାରୁ ନୂତନ ତିଆରି ହୋଇଥିବା ହସ୍ପିଟାଲ କୋଠା କୁ ସିଧାସଳଖ ରାସ୍ତା ବଦଳରେ ସର୍ଭେ ସମୟରେ ହସ୍ପିଟାଲ ପାଇଁ ରାସ୍ତା ବୁଲାଇ ଦେଇଥିଲେ। ଫଳରେ ହସ୍ପିଟାଲ କୋଠା ନିର୍ମାଣ ହୋଇଛି ସିଧାସଳଖ ରାସ୍ତା ସଂଯୋଗ ହେବା ମୁସ୍କିଲ ହୋଇପଡିଛି। ଫଳରେ ସ୍ଥାନୀୟ ଯୁବ ଗୋଷ୍ଠୀ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସିନ୍ଧେକେଲା ରାଜସ୍ବ ନିରୀକ୍ଷକ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ବ ବିଭାଗକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମାସ ପରେ ମାସ ଗଡୁଛି ହେଲେ ରାଜସ୍ବ ବିଭାଗ ଚୁପ ହୋଇ ବସି ରହିଛି କଣ ପାଇଁ ଏତେ ଅସହାୟ ହୋଇ ପଡିଛି ତାହା ତଦନ୍ତ ସାପେକ୍ଷ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.