ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଗୁଣ୍ଡିଚା ବାଡ଼ି ପଡିଆ ଠାରେ ଆଜି ଗଜପତି ଜିଲ୍ଲାର ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଙ୍ଗ ସୋସାଇଟି (ଓରମାସ) ପକ୍ଷରୁ ୭ ଦିନ ଧରି ତଥା ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ “ଆମ୍ବ ମେଳା ଓ ଗାଁ ଆମ୍ବ ପସରା-୨୦୨୬ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆମ୍ବ ମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସରକାରଙ୍କ ବିନା ସହଯୋଗ ଓ ବିନା ପ୍ରଚାର ପ୍ରସାରରେ ସ୍ୱୟଂ ସହାୟକ ଗୋଷ୍ଠି ଓ ଉତ୍ପାଦକ ଗୋଷ୍ଟିଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବା ଅସମ୍ଭବ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହୋଇପାରିବେ ବୋଲି କହିଥିଲେ । ଜିଲ୍ଲା ଓରମାସ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଆମ୍ବ ମେଳା କାର୍ଯ୍ୟକ୍ରମ କରାଯାଉଛି । ଜିଲ୍ଲା ଯେଉଁସବୁ ଭଲ କିସମର ଆମ୍ବସବୁ ଉତ୍ପାଦନ ହେଉଛି ତାକୁ ଲୋକଙ୍କ ପାଖରେ ବହୁଳ ଭାବେ ପ୍ରଚାର ପ୍ରସାର କରାଇବା ହେଉଛି , ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳାରେ ସବୁ ଆମ୍ବ ବଜାର ମୂଲ୍ୟ ଠାରୁ ଅତି କମ ଓ ସୁଲଭ ମୂଲ୍ୟରେ ବିକ୍ରିବଟା ଉତ୍ପାଦକ ଗୋଷ୍ଟିଙ୍କ ଦ୍ଵାରା କରାଯାଉଛି ।
ଏହି ଆମ୍ବ ମେଳାରେ ବାଇଗଣ ପଲ୍ଲି, ଆଖୁରସ, ଲେଙ୍ଗେଡା, ଆଳଫାନସ, ଦସେରୀ, ସୁନ୍ଦରୀ, ଆମ୍ରପାଲି, କଲେମୀ ପ୍ରଭୃତି କିସମର ଆମ୍ବ ବିକ୍ରି କରାଯାଉଛି । ଏହା ସାତ ଦିନ ଧରି ବିକ୍ରିବଟା ବ୍ୟବସ୍ଥା ସାଙ୍ଗକୁ ଆମ୍ବ ଜୁସ ର ବ୍ୟବସ୍ଥା ମଧ୍ୟ ରହିଛି । ଜନସାଧାରଣ ଏହାର ବିଶେଷ ଫାଇଦା ନେବାକୁ ପ୍ରଶାସନ ଓ ଓରମାସ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ, ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଏଡିଏମ: ଶ୍ରୀ ମୁନୀନ୍ଦ୍ର ହୋନାଗା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଏସିଡିଓ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଓଏଲ୍ଏମ: ର ଡିପିଏମ: ଶ୍ରୀ ଟିମନ ଵାରା ଙ୍କ ସମେତ ଓରମାସ ଅଧିକାରୀ ଓ କର୍ମଚାରୀ, ପ୍ରଡ୍ୟୁସର୍ ଗ୍ରୁପ୍ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।





