ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ମୃତ୍ୟୁଞ୍ଜୟ ପ୍ରଧାନୀଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରାଙ୍କ ଉପସ୍ଥିତିରେ କୁଳ ସମାଜର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ବାଲିଗୁଡା ସହରର ଶତାଧିକ ପାଇକ ଖଣ୍ଡାୟତ ଭାଇଙ୍କ ଉପସ୍ଥିତରେ ଆୟୋଜିତ ଉକ୍ତ ସଭାରେ ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ନିଜ ବକ୍ତବ୍ୟରେ ଯୁବଶକ୍ତିକୁ ସଂସ୍କାର ଶିକ୍ଷା, ନାରୀ ଶିକ୍ଷା, ପାରିବାରିକ ସର୍ଭେ ସମ୍ବନ୍ଧରେ ଆଲୋଚନା କରି ବୁଝାଇଥିଲେ । ଆଗାମୀ ଜୁନ୍ ୧୦ ତାରିଖ ରେ ନୂତନ କମିଟି ଗଠନ ସହ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଓ ଜୁନ ମାସ ଶେଷ ସପ୍ତାହରେ ବାରଖମାରେ ପାଇକ ଖଣ୍ଡାୟତର ଏକ ମହା ସମ୍ମିଳନୀ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି l





