ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ସୁନାଥରସ୍ଥିତ ବାପୁଜୀ ସେବା ସଂସ୍ଥା ଓ ପାଠାଗାରର ୪୩ତମ ବାର୍ଷିକ ଉତ୍ସବ ଓ ସହୀଦ୍ ଯୁଗଳ କିଶୋର ପଣ୍ଡାଙ୍କ ୩୩ତମ ସ୍ମୃତି ଚାରଣ ଉତ୍ସବ ଶିକ୍ଷାବିତ୍ ଗୋବିନ୍ଦ ନାହାକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ, ଚାଇଲଡ ଲାଇନସ୍ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ସୁଧୀର ସାବତ, ପୁରୁଷୋତ୍ତମପୁର ଥାନାର ସେକେଣ୍ଡ ଅଫିସର ସୁଶାନ୍ତ ମିଶ୍ର, ସରପଞ୍ଚ ଅନୀଲ କୁମାର ନାହାକ, ବିଧାୟକ ପ୍ରତିନିଧି ଶ୍ରୀ କୋରା ସାଈଁ, ଖ୍ୟାତନାମା ନାଟ୍ୟକାର ଲିଙ୍ଗରାଜ ନାହାକ ଶ୍ରୀଯୁକ୍ତ ରଞ୍ଜିତ୍ କୁମାର ବେହେରା ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀଯୁକ୍ତ ଦାମୋଦର ପଣ୍ଡା ଅବସର ପ୍ରାପ୍ତ ଶିକ୍ଷକ, ସମାଜ ସେବି ଶ୍ରୀଯୁକ୍ତ ଜଗତ ବନ୍ଧୁ ପଣ୍ଡା ଓ ସୁରେଶ ଚନ୍ଦ୍ର ପଣ୍ଡା ସ୍ଥାନୀୟ ସମିତି ସଭ୍ୟା ପ୍ରତିନିଧ ଶ୍ରୀ ମହେଶ୍ବର ବସନ୍ତିଆ ଯୋଗଦାନ କରିଥିଲେ ।
ମଞ୍ଚାସିନ ଅତିଥି ମାନେ ପ୍ରଥମେ ଯୁଗଳ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପରେ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ କରାଯାଇଥିଲା । ଅତିଥ୍ ମାନଙ୍କ ପରିଚୟ ଶ୍ରୀ ବିଭୁତି ନାହାକଙ୍କ ଦ୍ବାରା ପ୍ରଦାନ ପରେ ସ୍ଥାନୀୟ ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ସଂଘର ବରିଷ୍ଠ ସଭ୍ୟ ଶ୍ରୀ କାମରାଜୁ ନାହାକଙ୍କ ଦ୍ବାରା ସଂପାଦକୀୟ ବିବରଣୀ ପଠନ ପରେ ଯୁଗଳ ଜ୍ୟୋତି ସମ୍ପର୍କୀୟ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁଷ୍ପଗୁଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ମୂଖ୍ୟ ଅତିଥୁ ଯୁଗଳ ବାବୁଙ୍କ ସ୍ମୃତି ଚାରଣ କରିବା ସହିତ ଭବିଷ୍ୟତରେ ଏହି ଭଳି କାର୍ଯ୍ୟକ୍ରମକୁ ଦକ୍ଷତାର ସହ ଆଗେଇ ନେବା ସହିତ ଆଜିର ଯୁବପିଢୀଙ୍କୁ ସେବା ଓ ତ୍ୟାଗ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଶେଷରେ ମୁନା ନାହାକ ସ୍ଥାନୀୟ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସଭ୍ୟ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ।

ଏମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେଶ ମହାପାତ୍ର, ରାମହରି ନାହାକ, ବୁଦ୍ଧିଆ ନାହାକ, ସଦାନନ୍ଦ ବସନ୍ତିଆ, ହାଡୁ ନାହାକ, ସନ୍ତୋଷ କୁମାର ନାହାକ, ବିଜୟ ନାହାକ, ଶିବ ନାହାକ, ରବି ନାହାକ, ଲିଙ୍ଗା ନାହାକ, ହରି ବସନ୍ତିଆ, ସିଦ୍ଧାନ୍ତ ମହାପାତ୍ର, ଅରୁଣ କୁମାର ପ୍ରଧାନ, ଜଗନ୍ନାଥ ନାହାକ, ପ୍ରଶାନ୍ତ ବସନ୍ତିଆ, ସୁଶାନ୍ତ କୁମାର ନାହାକ, ଦେବରାଜ ବେହେରା, ହୃଦାନନ୍ଦ ମଳିକ, ଗୌର ବସନ୍ତିଆ ଓ ଯୋଗିନ୍ଦ୍ର ନାହାକ ପ୍ରମୁଖ ଅଟନ୍ତି। ଏହି ଅବସରରେ ପ୍ରାତଃରେ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ତଥା ସଂଘର ଯୁବ କର୍ମୀଙ୍କ ଦ୍ବାରା ଏକ ଶାନ୍ତି ଶୋଭାଯାତ୍ରା ଗ୍ରାମରେ ପରିକ୍ରମା କରିଥିଲା ।





