ଓଡ଼ିଆ ବାର୍ତ୍ତା/ କଟକ: ଗ୍ରୀଷ୍ମର ପ୍ରବାହ ଦିନକୁ ଦିନ ସାରା ଓଡିଶାରେ ବଢିବାକୁ ଲାଗିଛି l ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଖରାର ତାପମାତ୍ରା ବଢ଼ି ଚାଲିଛି l ଏହି ଗ୍ରୀଷ୍ମ ପ୍ରବାହରେ ମଣିଷର ଅବସ୍ଥା ବେହାଲ ହୋଇଛି l ଜଙ୍ଗଲରେ ରହୁଥିବା ପକ୍ଷୀ ମାନଙ୍କର ତୃଷ୍ଣା ମେଣ୍ଟାଇବା ପାଇଁ ଜଳର ଅଭାବ ରହିଛି l କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତର ରାଜନଗର ଗ୍ରାମରେ ରହିଛି ଏକ ପୁରାତନ ଜଙ୍ଗଲ l ଏହା ଆଳି ରାଜାଙ୍କର ବୋଲି ଲୋକେ କୁହନ୍ତି l ଏହି ଜଙ୍ଗଲରେ ଅନେକ ପଶୁପକ୍ଷୀ ବସବାସ କରନ୍ତି l ଗ୍ରୀଷ୍ମ ଦିନରେ ପକ୍ଷୀ ମାନଙ୍କ ପାଇଁ ଜଳର ଅଭାବ ଦେଖାଦେଇଥାଏ l ଏହି ଘଟଣାକୁ କିଛି ଅଞ୍ଚଳବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତିଙ୍କ ସହ ଆଲୋଚନା ପରେ ଏହାର ସମାଧାନ ପାଇଁ ଟ୍ରଷ୍ଟ ପକ୍ଷରୁ ବ୍ୟବସ୍ତା ହୋଇଛି l ଆଜି ଟ୍ରଷ୍ଟର କର୍ମକର୍ତ୍ତା ମାନେ ପହଂଚି ଜଙ୍ଗଲରେ ଅନେକ ଗଛରେ ଛୋଟ ଛୋଟ ମାଟି କୁଣ୍ଡ ଝୁଲାଇବା ସହ ପାଣି ପୂର୍ଣ୍ଣ କରିଥିଲେ l ଅନ୍ୟ ଛୋଟ ପକ୍ଷୀ ମାନଙ୍କ ପାଇଁ ମାଟି ପାତ୍ର ବନ୍ଧାଯାଇଥିଲା l ଏହାକୁ ଦେଖି ଅଞ୍ଚଳର ବୟସ୍କ ମାନେ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ l ଆମର ସିନା ପାଟି ଅଛି ବୋଲି ଆମେ କହିପାରୁଛୁ କିନ୍ତୁ ପକ୍ଷୀମାନଙ୍କର ସ୍ୱରକୁ ଆମେ ବୁଝି ପାରି ଏପରି ପଦକ୍ଷେପ ନେଇଛୁ ବୋଲି ଟ୍ରଷ୍ଟର ସକ୍ରିୟ ସଦସ୍ୟ ତପନ କୁମାର ନାଥ କହିଛନ୍ତି l ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ପିଣ୍ଟନ ଶର୍ମା, ଜ୍ଞାନ ରଞ୍ଜନ ଶର୍ମା, ମୁସ୍ତାକଉଦିନ ଓ ପ୍ରମୋଦ କୁମାର ନାଥ ସାମିଲ ଥିଲେ l





