ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ବେହେରା ଗ୍ରାମର ମେଧାବୀ ଛାତ୍ର ଚେତନ ଅଗ୍ରୱାଲ ଚଳିତ ବର୍ଷ ଜେଇଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜେଇଇ ମେନ୍ସ ପରୀକ୍ଷାରେ ସେ ୯୯.୪ ପର୍ସେଣ୍ଟାଇଲ ହାସଲ କରିଥିବାବେଳେ ଜେଇଇ ଆଡଭାନ୍ସଡ୍ରେ ଅଲ୍ ଇଣ୍ଡିଆ ରାଂକ (ଏ ଆଇ ଆର୍) ୩୫୦୧ ଅଧିକାର କରିଛନ୍ତି। ଚେତନଙ୍କ ପିତା ବିକାଶ ଅଗ୍ରୱାଲ ଜଣେ ଟ୍ୟାକ୍ସ କନସଲଟାଣ୍ଟ ଓ ମାତା ଜ୍ୟୋତି ଅଗ୍ରୱାଲ ଗୃହିଣୀ। ସେ ଦଶମ ଶ୍ରେଣୀର ଶିକ୍ଷା ପର୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ( ଓ ଏ ଭି)ରୁ ସମ୍ପୂର୍ଣ୍ଣ କରିଥିବାବେଳେ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ଭବାନୀପାଟଣାର ହାଇ-ଟେକ୍ ପବ୍ଲିକ ସ୍କୁଲରେ ଗ୍ରହଣ କରିଥିଲେ। ନିୟମିତ ଅଧ୍ୟୟନ, କଠିନ ପରିଶ୍ରମ ଓ ଦୃଢ଼ ଲକ୍ଷ୍ୟ ଯୋଗୁଁ ସେ ଏହି ସଫଳତା ହାସଲ କରିପାରିଛନ୍ତି। ଭବିଷ୍ୟତରେ ଭାରତୀୟ ପ୍ରଯୁକ୍ତି ବିଦ୍ୟାଳୟ (ଆଇ ଆଇ ଟି)ରେ ଉଚ୍ଚଶିକ୍ଷା ଗ୍ରହଣ କରି ଜଣେ ସଫଳ ଇଞ୍ଜିନିୟର ହେବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।ଚେତନଙ୍କ ଏହି କୃତିତ୍ୱ ପାଇଁ ଅଭିଭାବକ, ଶିକ୍ଷକ ଏବଂ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।





