ମୁନ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ବିଶ୍ୱ ସାଇକେଲ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ମେରା ୟୁବା ଭାରତ୍, ବାଲେଶ୍ୱର ଓ ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ୍’ର ମିଳିତ ସହଯୋଗରେ ବିଶ୍ୱ ସାଇକେଲ ଦିବସ ତପସ୍ୱୀ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ନାୟକ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ଦେଶର ବିକାଶ ସହ ଜୀବସ୍ଥ ଇନ୍ଧନ ବୃଦ୍ଧି ପାଇଁ ସାଇକେଲ ଚାଳନା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସାମାଜିକ କର୍ମୀ ଶ୍ରୀ ଶ୍ୟାମ ସୁନ୍ଦର ମଲ୍ଲିକ ଯୋଗ ଦେଇ ପରିବେଶ ପାଇଁ ସାଇକେଲ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଶ୍ରୀ ପ୍ରଶାନ୍ତ କୁମାର ଦାସ ଆମର ଅର୍ଥନୀତି ପାଇଁ ତୈଳ ଆମଦାନୀ ହ୍ରାସ ସହ ଜଳବାୟୁ ପାଇଁ ସାଇକେଲ ଚଳାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ l ‘ମୁନ’ର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଓ ସୁଶ୍ରୀ ପଙ୍କଜିନୀ ଦାସଙ୍କ ସହଯୋଗରେ ଏକ ମହିଳା ସାଇକେଲ ରାଲି ‘ଏକ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା’ର ବାର୍ତ୍ତା ନେଇ ରଣସାହି, ହିଡିଗାଁ ଗ୍ରାମପଞ୍ଚାୟତ ପରିକ୍ରମା କରି ସବୁଜ ପରିବେଶ ପାଇଁ ଶପଥ ପାଠ ସହ ବୃକ୍ଷରୋପଣ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀମତୀ ମଲ୍ଲିକ, ମମତା ଦାସ ସୁଲୋଚନା ମଲ୍ଲିକ, ପୁଷ୍ପିତା ମଲ୍ଲିକ, ସୌମ୍ୟ ଶୋଭନା ନାୟକ, ନନ୍ଦିନୀ ମଲ୍ଲିକ, ଶ୍ରଦ୍ଧା ଦାସ, ସୁସ୍ମିତା ସିଂହ,ନିରୁପମା ବେହେରା, ସ୍ମୃତିରେଖା ମଲ୍ଲିକ, ପ୍ରମିଳା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.