ପାନୀୟ ଜଳ ସମସ୍ୟାକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ସମାଧାନ ହେଉ ନଥିବାରୁ ଆଜି ସକାଳୁ କୋରାପୁଟ ରାୟଗଡା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କୁମ୍ଭିକୋଟା ଗ୍ରାମ ଠାରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି I ଯାହା ଫଳରେ କୋରାପୁଟ–ରାୟଗଡ଼ା ଓ କାଶୀପୁରକୁ ଯିବା ଆସିବା ଏକ ପ୍ରକାର ଠପ ହୋଇ ପଡ଼ିଛି । ପିଇବା ପାଣି ଯୋଗାଣ ଦାବିରେ ଶତାଧିକ ଗ୍ରାମବାସୀ କୋରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଛି । ଦୀର୍ଘଦିନ ଧରି ଜଳ ସଙ୍କଟ ଲାଗି ରହିଥିବା ବେଳେ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆଲୋଚନା ଆରମ୍ଭ କରିଛନ୍ତି । ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ କୁମ୍ଭିକୋଟା ଗାଁରେ ପାନୀୟ ଜଳ ସମସ୍ୟା ଉଗ୍ର ରୂପ ନେଇଛି । ଶତାଧିକ ଗ୍ରାମବାସୀ ଗରା ଓ ବାଲ୍ଟି ଧରି କୋରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି ଗାଁରେ ପାନୀୟ ଜଳ ସଙ୍କଟ ଲାଗି ରହିଛି । ସମସ୍ୟା ସମାଧାନ ପାଇଁ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ । ପାଣି ଯୋଗାଣ ଓ ବିଜୁଳି କାଟ ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ଗ୍ରାମବାସୀ ମାନେ ଜିଦ୍ ଧରି ବସିଛନ୍ତି । ବର୍ତ୍ତମାନ ରାୟଗଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.