ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ହିଲ୍ ଟାଉନ୍ ପୂର୍ବ ଲେନ ୩ ରେ କଳାହାଣ୍ଡି ପତଞ୍ଜଳି ଯୋଗସମିତି ତଥା ହିଲ୍ ଟାଉନ୍ ସିଭିଲ୍ ସୋସାଇଟିର ମିଳିତ ସହଯୋଗରେ ଏକ ସାମୂହିକ ଯୋଗ ଅଭ୍ୟାସ ସକାଳେ ଆୟୋଜିତ ହୋଇଥିଲା। ଆସନ୍ତା ୨୧ ଜୁନରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଳନକୁ ବ୍ୟାପକ ତଥା ଘରେ ଘରେ ଯୋଗର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରାରମ୍ଭିକ ପ୍ରୟାସ ଥିଲା । ଯୋଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଏକ ସୁସ୍ଥ ସମାଜ ଗଠନର ମହତ୍ ଉଦ୍ଦେଶ୍ୟ ନିମିତ୍ତ ଏହି ଯୋଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଯୋଗ କାର୍ଯ୍ୟକ୍ରମକୁ ପତଞ୍ଜଳି ଜିଲ୍ଲା ଯୋଗ ସମିତି ପ୍ରଭାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଭାରତ ସ୍ୱାଭିମାନ ଟ୍ରଷ୍ଟ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମୁଣ୍ଡ , ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ଜିଲ୍ଲା ଯୋଗ ସହପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, ଉପପ୍ରଭାରି ହେମନ୍ତ ମିଶ୍ର , ମିଡିଆ ପ୍ରଭାରୀ ଜିତେନ୍ଦ୍ର ମୁଣ୍ଡ, କୃଷକ ମୋର୍ଚ୍ଚା ପ୍ରଭାରୀ ନାରାୟଣ ମୁଣ୍ଡ, କୋଷାଧକ୍ଷ ରମାକାନ୍ତ ପାଢ଼ୀ, ନଗର ପ୍ରଭାରୀ ଶିବରାମ ନାୟକ ,ଭବାନୀପାଟଣା ସହରର ବିଭିନ୍ନ ଯୋଗ କ୍ଲାସର ଶିକ୍ଷକ /ଶିକ୍ଷୟତ୍ରୀ, ହିଲ୍ ଟାଉନ୍ ସିଭିଲ ସୋସାଇଟିର ସଭାପତି ଅଶୋକ ରାଉତ, ସମ୍ପାଦକ ଜଗଦୀଶଚନ୍ଦ୍ର ମୁଣ୍ଡ ତଥା ଶତାଧିକ ଯୋଗୀ ଭାଇଭଉଣୀମାନେ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମକୁ ସଫଳ କରି ଥିଲେ । ସେହିପରି ସନ୍ଧ୍ୟାରେ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ପ୍ରାଙ୍ଗଣରେ ଆସନ୍ତା ଜୁନ୍ ୨୧ ରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।





