କଂଗ୍ରେସର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମାଙ୍କୁ ଦୁଇ ବ୍ଲକର ପ୍ରଭାରୀ ଦାଇତ୍ୱ

ଓଡିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ)ଙ୍କୁ ନର୍ଲା ଓ ଏମ. ରାମପୁର ବ୍ଲକର ପ୍ରଭାରୀ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି। ସେ ୨୦୨୫ ଅକ୍ଟୋବର ମାସରେ ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇ ସାରା ଜିଲ୍ଲାରେ କଂଗ୍ରେସ ପାର୍ଟିର ସାଙ୍ଗଠାନିକ କାର୍ଯ୍ୟ ତୁଲାଇ ଆସୁଛନ୍ତି। ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ନିକଟରେ ଆୟୋଜିତ ଜିଲ୍ଲା କଂଗ୍ରେସର ଏକ ବୈଠକରେ ଜିଲ୍ଲା ସଭାପତି ଜଳନ୍ଧର ନାଏକ ଜିଲ୍ଲାର ୧୩ ଗୋଟି ବ୍ଲକରେ ଜିଲ୍ଲା କର୍ମକର୍ତ୍ତାମାନଙ୍କୁ ପ୍ରଭାରୀ ଭାବରେ ଦାଇତ୍ୱ ପ୍ରଦାନ କରିଛନ୍ତି। ନର୍ଲା ଓ ଏମ. ରାମପୁର ଯୁବ କଂଗ୍ରେସ ସଦସ୍ୟ ମାନଙ୍କ ସୁଖ ଦୁଃଖରେ ରହି ଆସିଥିବା ନୀରଜ ଶର୍ମା (ସାନୁ)ଙ୍କୁ ପ୍ରଭାରୀ ଦାଇତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଯୁବ ନେତା ଶ୍ରୀ ଶର୍ମା ୨୦୦୨ ମସିହାରୁ କଂଗ୍ରେସ ଦଳର ବିଭିନ୍ନ ଦାଇତ୍ୱରେ ରହି ସୁଚାରୁ ରୁପେ ଦାଇତ୍ୱ ନିର୍ବାହନ କରି ଆସୁଛନ୍ତି। ବିଗତ ବର୍ଷ ମାନଙ୍କରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ନିଜ ଟିମ କୁ ନେଇ ଦଳ ପାଇଁ ଆନ୍ତରିକ ପ୍ରଚେଷ୍ଟା ବଳରେ ଏକ ମଜବୁତ ସ୍ଥିତିରେ ପହଞ୍ଚାଇ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କ ପ୍ରିୟଭାଜନ ହେବା ସହ ଆସ୍ଥା ଭାଜନ ହେବାରେ ସଫଳ ହୋଇଆସିଛନ୍ତି। ସେ ଗତ ୨୦୦୯ ରୁ ୨୦୧୯ ନର୍ଲା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ରହି ବିରୋଧି ଶିବିରରେ କମ୍ପନ ସୃଷ୍ଟି କରିଥିଲେ। ଅନ୍ୟାୟ, ନାରୀ ନିର୍ଯ୍ୟାତନା ଓ ଦୁର୍ନିତି ବିରୁଦ୍ଧରେ ଯୁବ କଂଗ୍ରେସ କର୍ମି ମାନଙ୍କୁ ନେଇ ବାରମ୍ବାର ପଦଯାତ୍ରା, ଜନ ଆନ୍ଦୋଳନ, ଜନ ସଚେତନତା ଭଳି କାର୍ଯ୍ୟକ୍ରମ କରି ସରକାରଙ୍କ ନିଦ ହଜେଇ ଦେଇଥିଲେ। ନର୍ଲାକୁ ଆଗରୁ କଂଗ୍ରେସର ଗଡ ବୋଲି କୁହା ଯାଉଥିଲା। ହେଲେ ବିଜେଡି ରାଜ୍ୟରେ ଶାସନ କ୍ଷମତାରେ ଆସିବା ପରେ ନର୍ଲାରେ କଂଗ୍ରେସର ସଂଗଠନ ଟିକେ ଧିମେଇ ଯାଇଥିଲା। ଫଳରେ ସାଧାରଣ ନିର୍ବାଚନରେ ଭକ୍ତଦାସ ଭଳି କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ନର୍ଲାରେ ବିଫଳ ହେବାକୁ ପଡିଥିଲା। ଏବେ ଜିଲ୍ଲାରେ କଂଗ୍ରେସ ତାର ପୁରୁଣା ସ୍ଥିତିକୁ ଫେରି ଆସିବା ପାଇଁ ଜିଲ୍ଲା ସାରା ଯୋଗ୍ୟ ଯୁବକ ମାନଙ୍କ ହାତରେ ନେତୃତ୍ୱର ଭାର ଅର୍ପଣ କରୁଛି। ଏଥିପାଇଁ ଗତ ଜାନୁୟାରୀ ନୂଆ ବର୍ଷରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରେ ବ୍ଲକ କମିଟି ଗଠନ କରି ଯୁବ ପିଢୀଙ୍କୁ ବିଭିନ୍ନ ଦାଇତ୍ୱ ଦେଇଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ସାରା ଜିଲ୍ଲାରେ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା କର୍ମକର୍ତ୍ତା ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ବିଭିନ୍ନ ମୋର୍ଚ୍ଚାର ସଭାପତି ଓ ସମ୍ପାଦକ ମାନଙ୍କୁ ବ୍ଲକ ପ୍ରଭାରୀ ଭାବରେ ନିଯୁକ୍ତି ଦେଇଛି। ୨୦୦୨ ମସିହାରୁ ଦୀର୍ଘ ୨୪ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାମ କରି ଆସିଛି। ଦଳ ମୋତେ ଯେବେ ଯେଉଁ ଦାଇତ୍ୱ ଦେଇଛି ମୁଁ ତାକୁ ଆନ୍ତରିକତାର ସହ ସଫଳ ରୁପାୟନ ଦେଇଛି। ଦଳ ପାଇଁ ମୋର ନିଷ୍ଠାକୁ ଦେଖି ମୋତେ ମୋର ଦଳର ହାଇ କମାଣ୍ଡ ଜିଲ୍ଲା ସାଧାରଣ ସମ୍ପାଦକ ଦାଇତ୍ୱ ଦେଇଛନ୍ତି। ଏବେ ଦୁଇଗୋଟି ବ୍ଲକ ର ପ୍ରଭାରୀ ଭଳି ଗୁରୁ ଦାଇତ୍ୱ ପ୍ରଦାନ କରିଛନ୍ତି। ଏହାକୁ ମୁଁ ମୋର ତନ, ମନ, ଧନ ଦେଇ ନିଷ୍ଠାର ସହ ପାଳନ କରିବି। ଆଉ ଏଥିପାଇଁ ମୋର ଆଦର୍ଶ ପିସିସି ସଭାପତି ଭକ୍ତଚରଣ ଦାସ ଓ ଯୁବ ନେତୃତ୍ୱ ସଦର ବିଧାୟକ ସାଗର ଚରଣ ଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.