ବିଦ୍ୟୁତ ଆଘାତରେ ଆଖି ବୁଜିଲେ ସ୍ୱାମୀ ସ୍ତ୍ରୀ 

ବଲାଙ୍ଗିର,୫/୯ (ସଞ୍ଜୟ ମିଶ୍ର) : ବୁଧବାର ନୂଆଖାଇ ବାସି ଦିନ ବଲାଙ୍ଗିର ଜ଼ିଲ୍ଲା ଆଗଲପୁର ଗ୍ରାମରେ ସକାଳ ଭୋର ପ୍ରାୟ ପାଖାପାଖି ୫ଟା ସମୟର ଘଟଣା ରଜନୀ ସୁନା ନାମକ ଜଣେ ଏକ ମହିଳା (୩୦) ସକାଳୁ ଗାଧୁଆ ପାଧୁଆ ସାରି ଓଦା ଲୁଗା ସୁଖେଇବା ପାଇଁ ଘର ପାଖେ ଲାଗିଥିବା ତାରକୁ ଯାଇଥିଲେ । ସେହି ସମୟରେ ସେ ପାଖ ଦେଇ ଯାଇଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ରଜନୀ । ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ବାମୀ ହେମନ୍ତ ନାଗ (୩୨) ମଧ୍ୟ ବିଦ୍ୟୁତ ସଂସ୍ପର୍ଶ ଆସିଥିଲେ ।  ଘର ଲୋକ ସହ ପାଖପଡୋଶୀ ମିଶି ସେ ଦୁହିଁଙ୍କୁ ତୁରନ୍ତ ପାଖରେ ଥିବା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଉପସ୍ଥିତ ଥିବା ଡାକ୍ତର ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସୂତ୍ର ରୁ ପ୍ରକାଶ । ମୃତ ଦମ୍ପତ୍ତିଙ୍କ ଦୁଇଗୋଟି ଛୋଟ ପୁଅ ଝିଅ ଅଛନ୍ତି ବୋଲି ଜଣାପଡିଛି। ଏହି ଘଟଣା ପରେ ତାଙ୍କ ଘର ଓ ବନ୍ଧୁବର୍ଗରେ ଶୋକର ଲହରୀ ଖେଳି ଯାଇଥିଲା 

Like Us On Facebook 

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.