ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚଳନା କମିଟି ଏମ ରାମପୁର ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଓ କେଦାରନାଥ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଯାଇଛି।ଅପରାହ୍ନ ୪.୧୫ ମିନିଟ ସମୟରେ ପୂଜାର୍ଚ୍ଚନା ଓ ଆଳତୀ ପରେ ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂଦେଓ ଓ ଶ୍ରୀ ଜଗନ୍ନାଥ ପରିବାର ତରଫ ରୁ ଜଗନ୍ନାଥ ସାହୁ ଛେରା ପହଁରା କରି ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ପହଣ୍ଡି ବିଜେ ହୋଇଥିଲା। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ତହସିଲଦାର ସୁଶ୍ରୀ ସାହୁ ତଦାରଖ କରିଥିବା ବେଳେ ଆଇ ଆଇ ସି ଶ୍ରୀମତୀ ସଂଯୁକ୍ତା ରାଣୀ ପ୍ରଧାନ ଙ୍କ ନେତୃତ୍ଵ ରେ ପୋଲିସ ବିଭାଗ ଓ ବିଦ୍ୟୁତ୍ ବିଭାଗ ସହଯୋଗ କରିଥିଲେ। ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ପିତାମ୍ବର ତ୍ରିପାଠୀ, ପ୍ରଶାନ୍ତ କୁମାର ସାମନ୍ତରା, ଉଦ୍ଧବ ପଣ୍ଡା, ଅଶୋକ ପଣ୍ଡା, ସୁବାସ ପଣ୍ଡା, ଯୁଗଳ କିଶୋର ପ୍ରହରାଜ, ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ସାହୁ, ଧୀରେନ୍ଦ୍ର ସାହୁ, ପରମେଶ୍ବର ସାହୁ, ରମାକାନ୍ତ ପ୍ରହରାଜ ପ୍ରମୁଖ ଶ୍ରୀ ଜିଉ ମାନଙ୍କୁ ପହଣ୍ଡି କରେଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୁଢ଼ କରିଥିଲେ। ଶ୍ରୀ ଜଗନ୍ନାଥ ଘଣ୍ଟ ସେବାଦଳ, ରାମକୃଷ୍ଣ ଆଶ୍ରମ ର ଘୁମୁରା ଦଳ ଓ ସିଙ୍ଗ ବାଜା ର ତାଳେତାଳେ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ମୁଖ୍ୟ ରାସ୍ତା ରେ ବ୍ରାହ୍ମଣ ପଡ଼ା ନିକଟସ୍ଥ ଚାରିଛକ ରେ ଥିବା ମାଉସୀ ମନ୍ଦିର କୁ ରଥ ଟଣା ଯାଇଥିଲା ଓ ଆଳତୀ ପରେ ଶ୍ରୀଜିଉ ରଥ ରୁ ଓହ୍ଲାଇ ମାଉସୀ ମନ୍ଦିର ଭିତର କୁ ଯାଇଥିଲେ। ଶାନ୍ତି ଶୃଙ୍ଖଳା ରେ ରଥ ଯାତ୍ରା ସମାପନ ହୋଇଥିବାରୁ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତ ଭକ୍ତ, ତହସିଲ ଦାର, ପୋଲିସ ପ୍ରଶାସନ, ବିଦ୍ୟୁତ୍ ବିଭାଗ, ସମସ୍ତ ସହଯୋଗୀ, ସାମ୍ବାଦିକ ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଦେଇଛନ୍ତି। ଆସନ୍ତା କାଲି ୧୭ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ମାଉସୀ ମନ୍ଦିର ରେ ସନ୍ଧ୍ୟା ଆଳତୀ, ପ୍ରସାଦ ସେବନ ଏବଂ ଭଜନ କୀର୍ତ୍ତନ ରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।






