ସତ୍ୟାନନ୍ଦଙ୍କ ଜୟନ୍ତୀ ଉପଳକ୍ଷେ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କାଳୀ କୃଷ୍ଣ ସଂଘର ପ୍ରତିଷ୍ଠାତା ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୪ତମ ଜୟନ୍ତୀ କୋକସରା ବ୍ଲକ କନ୍ଦାଗଡ ସ୍ଥିତ ଆମପାଣି ଶାଖା ଠାରେ ପାଳନ ହୋଇଛି। ଏହି ଅବସରରେ ଭଜନ, ପ୍ରାର୍ଥନା, ବୃକ୍ଷରୋପଣ ଓ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ, ଆମପାଣି ଆଇଆଇସି ପ୍ରଶାନ୍ତ କୋଲାହର, ମନୋରଞ୍ଜନ ବଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, କାଳୀକୃଷ୍ଣ ସଂଘର ସଂପାଦକ ମୋହନ ଚରଣ ବିଷି ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନରେ ନବୀନ ରାଉତ, ଗୋବିନ୍ଦ ମାଝୀ, ଯୁଧିଷ୍ଠିର ମାଝୀ, କୁନୁ ମାଝୀ, ଅଭିନ୍ନ ପୁଝାରୀ ଓ ଶାଖା ସଂଘର ଭାଇ ଭଉଣୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.