ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଟ୍ରାଫିକ୍ ଚେକିଂ

୪୧ଜଣଙ୍କ ଠାରୁ ୧ଲକ୍ଷ ୮୫ହଜାର ଟଙ୍କା ଜୋରିମାନା ଆଦାୟ

ରାୟଗଡ,୫/୯ : ଦେଶରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ହ୍ରାସ କରିବା ଓ ଟ୍ରାଫିକ୍ ନିୟମକୁ ଉଲଂଘନ କରୁଥିବା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିୟମକୁ କଡାକଡି କରିବା ପାଇଁ ଜୋରିମାନାକୁ ୧୦ଗୁଣା ବୃଦ୍ଧି କରି କେନ୍ଦ୍ର ସରକାର ମୋଟର ଭାଇକେଲ ଏକ୍ଟ (ଏମ.ଭି.ଆକ୍ଟ)ରେ ସଂଶୋଧିତ କରି ନୂତନ ନିୟମକୁ ପ୍ରଣୟନ କରି ଟ୍ରାଫିକ୍ ନିୟମକୁ ସମସ୍ତେ ମାନି ଚଳିବା ପାଇଁ ସାରା ଦେଶରେ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଓଡିଶାରେ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପରିବହନ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଥାନାଧିକାରୀ ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଏସ.ଆଇ.ଖାନ, ଏସ.ଆର.ପତି, ଟ୍ରାଫିକ୍ ଅଫିସର ଏଏସଆଇ ପି.ରାମଣା, ଗୋପାଳ ନାୟକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏବଂ ରାୟଗଡ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇଙ୍କ ନେତୃତ୍ୱରେ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ କେ.ଭେଙ୍କେଟେଶ, ଏମଭିଆଇ ଶିବ ଶଙ୍କର ଚୈାଧୁରୀ, ଟ୍ରାଫିକ୍ ଇନ୍ସପେକ୍ଟର ଯୁଧିଷ୍ଟିର ଲେଙ୍କା, ଜୁନିୟର ଏମଭିଆଇ ଆର.କେ.ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଗୁରୁବାର ଦିନ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ନିକଟ ଟ୍ରାଫିକ୍ ପୋଷ୍ଟ ଠାରେ ବିନା ହେଲମେଟରେ ଦୁଇ ଚକିଆ ଯାନ ଚଲାଉଥିବା ଚାଳକ, ଡ୍ରାଇଭିଂ ଲାଇସେନ୍ସ, ଗାଡି ରେଜିଷ୍ଟ୍ରେସନ କାଗଜପତ୍ର, ବୀମା, ପ୍ରଦୁଷଣ ପ୍ରମାଣପତ୍ର, ପରମିଟ୍ ପ୍ରମାଣପତ୍ର, ଦୁଇରୁ ଉର୍ଦ୍ଧ ଦୁଇ ଚକିଆ ଯାନରେ ବସିବା, ଚାରି ଚକିଆ ଯାନ ଡ୍ରାଇଭର ସିଟ୍ ବେଲଟ୍ ନ ବାନ୍ଧିବା ଆଦି ନିୟମକୁ ନେଇ ଚେକିଂ ତଥା ତଦାରଖ କରାଯାଇଥିଲା ।

ଏହି ଚେକିଂ ସମୟରେ ୪୧ଜଣ ଗାଡି ଚାଳକଙ୍କ ଠାରୁ ୧ଲକ୍ଷ ୮୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଗତ ସେପ୍ଟେମ୍ବର ୧ତାରିଖରେ ଲାଗୁ ହୋଇଥିବା ଏମ.ଭି.ଆକ୍ଟ ସଂଶୋଧିତ ନିୟମକୁ ପାଳନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବବେଳେ ଆଗାମୀ ଦିନରେ ମଧ୍ୟ ଏହି ଚେକିଂ ଜାରି ରଖାଯାଇ ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ହ୍ରାସ କରିବା ଓ ନୂତନ ଟ୍ରାଫିକ୍ ନିୟମ ଉଲଂଘନ କଲେ କେତେ ପରିମାଣର ଜୋରିମାନା ଆଦାୟ କରାଯିବ ସେ ନେଇ ବ୍ୟାନର, ପୋଷ୍ଟର ଓ ଗାଡିରେ ମାଇକ ଯୋଗେ ଜିଲ୍ଳାର ସମସ୍ତ ଅଂଚଳରେ ବ୍ୟାପକ ପ୍ରଚାର ପ୍ରସାର କରି ସଚେତନ କରାଯାଇଥିବା ନେଇ ଆରଟିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.