୨୦୦୨ ପୁଲିସ-ମାଓ ଗୁଳି ବିନିମୟ ଘଟଣା
ରାୟଗଡ଼,୫/୯: ଏକ ପୁରୁଣା ମାମଲାର ଶୁଣାଣୀ ବେଳେ ଦୌରା କୋର୍ଟ୍ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦୦୨ ମସିହାରେ ମାଓବାଦୀ ଶହୀଦ ସପ୍ତାହ ପାଳନ ବେଳେ ଚାନ୍ଦିଲି ଥାନା ଅନ୍ତର୍ଗତ ଲିଙ୍ଗାଗୁଡ଼ା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ମାଓ କମାଣ୍ଡର୍ ସବ୍ୟସାଚୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ଦର୍ଶାଇ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
ତେବେ ଜିଲା କୋର୍ଟରେ ଅଭିଯୋଗ ଶୁଣାଣି ବେଳେ ପୁଲିସ ପକ୍ଷରୁ କୋର୍ଟରେ ମାମଲା ସମ୍ପର୍କିତ ଅଧିକ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନା କରାନଯିବାରୁ ଜିଲା ଦୌରା ଜଜ୍ ତାଙ୍କୁ ଉକ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋଲି ସବ୍ୟସାଚୀଙ୍କ ପକ୍ଷରୁ ମାମଲା ପରିଚାଳକ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗୁରୁବାର ଅପରାହ୍ନରେ ଉକ୍ତ ମାମଲାର ଶୁଣାଣୀ ବେଳେ ରାୟଗଡ଼ା ଜିଲା ଦୌରା ଜଜ୍ କୋର୍ଟରେ ଶ୍ରୀ ପଣ୍ଡା ହାଜର ହୋଇଥିଲେ ।
ରାୟଗଡ଼ରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.