ଜେକେପୁର ଲକ୍ଷ୍ମୀପତି ସିଂଘାଣିଆ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ରାୟଗଡ,୬/୯ : ଡଃ.ସର୍ବପଲ୍ଳୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ପବିତ୍ର ଗୁରୁଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଲକ୍ଷ୍ମୀପତି ସିଂଘାଣିଆ ବିଦ୍ୟାଳୟରେ ମଧ୍ୟ ଗୁରୁବାର ଦିନ ଗୁରୁଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଜେକେ କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ତଥା ବିଦ୍ୟାଳୟର ସଂଯୋଜକ ସୁନୀଲ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରାଇଥିଲେ । ବିଦ୍ୟାଳୟର ଛାତ୍ରୀ ତେନ୍ନତି ସୁପ୍ରିୟା ଏହି ଦିବସର ମହତ୍ୱ ଉପରେ ବକ୍ତବ୍ୟ ଦେଇଥିବା ବେଳେ ଆର.ଶ୍ରୀନିବାସ ସଙ୍ଗୀତ ଗାନ କରିଥିଲେ ।

ସେହିପରି ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୧୮ଜଣ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିିଥି ଶ୍ରୀ ନାଥଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହି ପୁରସ୍କାରଗୁଡିକକୁ ଜେକେପେପର କ୍ୟାମ୍ପସ ପରିସରରେ ଥିବା ସ୍ଥାନୀୟ ଏସବିଆଇ’ର ଅଜୟ କୁମାର ଏବଂ ଜେକେ କାଗଜ କଳର ନିରଂଜନ ତ୍ରିପାଠୀ ସୈାଜନ୍ୟତାରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅସ୍ତୁତି ସୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.