ସାପ କାମୁଡାରେ ମା’ ଝିଅଙ୍କ ମୃତ୍ୟୁ

କେସିଙ୍ଗା,୬/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ  ବେଲଖଣ୍ଡି ଗାଁର ଖଗେଶ୍ବର ବାଗଙ୍କ ପତ୍ନୀ ଓ ଝିଅ ସାପ କାମୁଡା ଯୋଗୁଁ ମୃତ୍ୟୁ ମୁଖରେ ପଡିଛନ୍ତି । ବୁଧବାର ନୁଆଁଖାଇ ବାସି ଦିନ ସନ୍ଧ୍ୟାରେ ଘରେ ଶୋଇ ଥିବା ସମୟରେ ମା’ ଝିଅ ଦୁହିଁଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିଲା । ସେହି ଦିନ ସନ୍ଧ୍ୟା ସମୟରେହିଁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଉଥିବା ସମୟରେ ପ୍ରାୟ ଅଧଘଣ୍ଟା ଧରି କେସିଙ୍ଗା ରେଳ ଫାଟକ ପଡିଥିବା ହେତୁ ସେଇଠି ଝିଅର ମୃତ୍ୟୁ ଘଟିଥିବା ଖଗେଶ୍ବର ଅଭିଯୋଗ କରିଛନ୍ତି । ପରେ ଗୁରୁବାର ଦିନ ଖଗେଶ୍ବରଙ୍କ ପତ୍ନୀଙ୍କର ମଧ୍ୟ୍ୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଭୟର ବାତାବରଣ ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

 

Like us on Facebook👇

Udyog Nursery
Udyogi Nursery
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.