ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଦିବ୍ୟ ଜୀବନ ସଂଘରେ ମହା ଆଡମ୍ବର ସହକାରେ ପାଳିତ ହୋଇଛି ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ l ସକାଳ ୬ ଘଣ୍ଟା ସମୟରେ ଶିବାନନ୍ଦ କୋଚିଂର ଛାତ୍ର ଛାତ୍ରୀ ଏବଂ ଗୁରୁ ଭାଇ ଭଉଣୀମାନେ ନଗର ପରିକ୍ରମା କରିଥିଲେ l ସକାଳ ୯ ଘଣ୍ଟା ସମୟ ରୁ ଗୁରୁ ପାଦପୂଜା, ଭାଗବତ ଗୀତା, ଗୁରୁବାଣୀ ଅଧ୍ୟୟନ, ଅର୍ଚ୍ଚନା, ଭଜନ କୀର୍ତ୍ତନ ସହ ସତସଙ୍ଗ କାର୍ଯ୍ୟକ୍ରମ ଏବଂ ନାରାୟଣ ସେବା ଏବଂ ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ସଭାପତି ଜତିରାଜ ଦାଶ, ସମ୍ପାଦକ କେ. ବାବୁ ରାଓ, ଗଗନ କୁମାର ସାହୁ, ବୁଲୁ ସ୍ୱାଇଁ, ରାମ ରାଘବ ଦାଶ, ପ୍ରଶାନ୍ତ ସେନାପତି, ପ୍ରଶାନ୍ତ ବେହେରା, ରଘୁନାଥ ମହାରଣା, ନାରାୟଣ ପାଣିଗ୍ରାହୀ, ଭିକାରୀ ନାୟକ, ଯୋଗୀ ସାହୁ, ସଞ୍ଜୟ ଆଦି ଗୁରୁ ଭାଇ ଓ ଭଉଣୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।







