ଯୁବକ ନିଖୋଜ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଳା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଭାଲୁପିଆ ଗ୍ରାମରୁ ଗତ ସୋମବାର ଅପରାହ୍ନରୁ ଜଣେ ବିବାହିତ ଯୁବକ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ନିଖୋଜ ହୋଇଥିବା ଯୁବକ ଜଣକ ହେଲେ ରକି ଭେସ୍ରା । ଗଜବାହାଲ ଗ୍ରାମର ଆର୍ତ୍ତତ୍ରାଣ ଭେସ୍ରାଙ୍କ ପୁଅ ରକି ଆଜକୁ ୫ ମାସ ତଳେ ଭାଲୁପିଆ ଗ୍ରାମର ଚନ୍ଦ୍ରମଣି ନାଗଙ୍କ ଝୀଅକୁ ବାହାହୋଇ ଶ୍ୱଶୁର ଘରେ ହିଁ ରହିଆସୁଥିଲେ । ଗତ ସୋମବାର ଦିନ ରକି ତୁଷୁରା ଯାଉଛି କହି ଆଉ ଘରକୁ ଫେରିନଥିବାରୁ ଚନ୍ଦ୍ରମଣି ଜ୍ୱାଇଁ ନିଖୋଜ ଥିବା ନେଇ ଏତଲା ଦେଇଥିଲେ । ଅନ୍ୟ ପକ୍ଷରେ ରକିର ବାପା ଆର୍ତ୍ତତ୍ରାଣ ମଧ୍ୟ ପୁଅ କୁଆଡେ ଗଲା ଓ ଏଥିରେ କାହାର ଚାପ ରହିଛି ବୋଲି ସନ୍ଦେହ କରି ଆଉ ଏକ ଏତଲା ଥାନାରେ ଦେଇଥିବା ଜଣାପଡିଛି । ପୁଲିସ ତଦନ୍ତଜାରୀ ରଖିଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.