ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଗତ କିଛିଦିନ ହେଲା ଲଗାଣବର୍ଷା ଜାରୀ ରହିଥିବା ବେଳେ ଲୋକଙ୍କ ବିବିଧ କ୍ଷତି ଘଟାଉଛି । ଧାନଗଛ ଗୁଡିକ ପାଣିରେ ବୁଡି ରହିଥିବାରୁ କୁହାବିଲା ଆଶଙ୍କାରେ ଚାଷୀ ଆଶଂକିତ ରହିଛି । ଏଥର ବର୍ଷା ଆରମ୍ଭରୁ ଜାରୀ ରହିଥିବାରୁ ଧାନବିହନ ସଂପୂର୍ଣ୍ଣ ଗଜା ହୋଇନପାରି ପତଳା ରହିଛି । ଏଣେ ରୁଆ ହୋଇଥିବା ଧାନ ଉପରେ ପାଣି ଜମିରହିଥିବାରୁ ତାହା ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଅନ୍ୟ ପକ୍ଷରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହେତୁ ଗଜବାହାଲ ପଞ୍ଚାୟତର ଭାଲୁପିଆ ଗ୍ରାମ ଅଧିନ ବୁଢୀମୁଣ୍ଡାର ରମା ନାଗଙ୍କ ଘର ଭୁଷୁଡି ପଡିଥିଲା । ସେ ଘରେ ଶୋଇଥିବା ବେଳେ ଘର ଭୁଷୁଡିପଡିଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଚାଉଳ ଭିଜିଯିବା ସହ ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଗ୍ରାମର ବନ୍ଦନା ନାଗଙ୍କ ଏକ କାନ୍ଥ ମଧ୍ୟ ଭୁଷୁଡି ଯାଇତିବା ଜଣା ପଡ଼ିଛି। ଏହି ବ୍ଲକର ରିଂଜା ପଞ୍ଚାୟତ ଦେଓଗାଁ କଲୋନୀ ପଡ଼ାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ କ୍ଷୟ କ୍ଷତି ହୋଇଥିବା ଜଣା ପଡ଼ିଛି ପ୍ରଶାସନ ଉଭୟ ପରିବାରକୁ ସହାୟତା ଯୋଗାଇବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.