ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର, ବାଲେଶ୍ୱର ସମେତ ଜିଲ୍ଲାପାଳ ମାନଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ, ବେସରକାରୀ, ଅନୁଦାନ ପ୍ରାପ୍ତ ସ୍କୁଲ, ଆଦର୍ଶ ବିଦ୍ୟାଳୟ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଛୁଟି ରହିଥିଲା। ଆଜି ମଧ୍ୟ କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଛୁଟି ଘୋଷଣା କରିଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ବୁଧବାର ଓ ଆଜି ଗୁରୁବାର ଶିକ୍ଷାନୁଷ୍ଠାନ ଗୁଡ଼ିକ ପତ୍ର ସଂଖ୍ୟା ୫୨୪୦, ତା ୨୯/୭ ରେ ଛୁଟି ଘୋଷଣା କରିଛନ୍ତି। ଶିକ୍ଷକ, ଶିକ୍ଷୟତ୍ରୀ ଏଵଂ ସ୍କୁଲ, କଲେଜ ଷ୍ଟାଫ ମାନଙ୍କୁ ଏଥିପାଇଁ ଏଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।





