ଜୟପାଟଣା ପ୍ରାଥମିକ ଶିକ୍ଷକ ଏବଂ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏବଂ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ପରିବେଶ ବିଭାଗ ମିଳିତ ଉଦ୍ୟମରେ ଶିକ୍ଷା ବର୍ଷ ୨୦୨୫-୨୬ ରେ ମାସ ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଜୟପାଟଣା ବ୍ଲକ ଗୋଷ୍ଠୀ ର ସହ ଶିକ୍ଷା ଅଧିକାରୀ ଲଲିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ର ସଭାପତି ପ୍ରମୋଦ କୁମାର ଠାକୁର,ଯୁଗ୍ମ ସମ୍ପାଦକ ନବ କିଶୋର ନାଏକ, ଜଙ୍ଗଲ ବିଭାଗ ର ଫରେଷ୍ଟର କୁନ୍ତି ମାଝୀ,ସି ଆର୍ ସି ସି ବେଦବର ନିଆଲ, ସିଦ୍ଧେଶ୍ୱର ନାଗ, ସନ୍ତୋଷ ରଥ ଙ୍କ ସହଯୋଗ ରେ ଉଚ୍ଚଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଶହ ବୃକ୍ଷ ରୋପଣ କରାଯାଇଥିବା ବେଳେ ଘଣ୍ଟିଗୁଡା ସି ପି ଏସ୍ ରେ ୫୦ ଗୋଟି ବଡ ପୁଝାରୀ ଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ଏକ ଶହ ବୃକ୍ଷ ରୋପଣ ଏବଂ ବିଭିନ୍ନ ବିଦ୍ୟାଳୟ ମାନଙ୍କ ର ସଂଖ୍ୟା ମିଶି ସମୁଦାୟ ପଞ୍ଚଶହ ବୃକ୍ଷ ରୋପଣ କରାଯାଇଥିଲା। ସଂଘ ପକ୍ଷରୁ ଚଳିତ ବର୍ଷ ତିନି ହଜାର ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସଂଘ ସମ୍ପାଦକ ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.