ନାଳରେ ବୁଡ଼ି ନାବାଳକର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଲିଠିଗୁଡା ଗ୍ରାମ ନିକଟସ୍ଥ ହରି ଶଙ୍କର ଶୈବପୀଠ ନାଳରେ ଘଟିଛି ଏକ ଅଭାବନୀୟ ଘଟଣ। I. ଗତକାଲି ୪ରୁ ୫ ଜଣ ନାବାଳକ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଲିଠିଗୁଡା ଗ୍ରାମ ଦୋରା ସାହିର ଦିନବନ୍ଧୁ ସିୟୁନାଙ୍କ ପୁଅ ଆଲୋକ ସିୟୁନା ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଗ୍ରାମବାସୀ ଓ ବିଷମକଟକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକଙ୍କ କୌଣସି ସନ୍ଧାନ ମିଳି ନ ଥିଲା । ଆଜି ସକାଳେ ପୁଣିଥରେ ଖୋଜାଖୋଜି ଆରମ୍ଭ କରାଯିବା ପରେ ନାଳରୁ ଆଲୋକର ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଶବକୁ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ସମଗ୍ର ଲିଠିଗୁଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.