ଓଡ଼ିଆ ବାର୍ତ୍ତା/ କଟକ ସଦର (ଜଗନ୍ନାଥ ଆଚାର୍ଯ୍ୟ): ସୋମବାର ଅପରାହ୍ନରେ ମହାବୀର ସେନା ତରଫରୁ ବୃକ୍ଷ ରୋପଣ ଏବଂ ବଣ୍ଟନ କାର୍ଯ୍ୟକ୍ରମ କଟକ ସଦର ଅନ୍ତର୍ଗତ ମାଣପୁର୍ ପଞ୍ଚାୟତ ଶିଉଳି ଗ୍ରାମରେ ଅନୁଷ୍ଠିତ ହେଇଯାଇଛି। ଆଜିର ବଦଳୁଥିବା ଜଳ ବାୟୁ ପରିବର୍ତ୍ତନ ଓ ଅଦିନିଆ ବର୍ଷା ପାଇଁ ଆଜି ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ମାତ୍ରା କାରଣ ବୃକ୍ଷ ର ଅଭାବ। ଏହାକୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟକ୍ରମକୁ କରାଯାଉଛି ବୋଲି ସେନାର ବରିଷ୍ଠ ସଦସ୍ୟ ଚନ୍ଦନ ସେନାପତି କହିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ମହିଳା ମାନଙ୍କୁ ବିଭିନ୍ନ ଫଳ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେନାର କାର୍ତ୍ତିକ ବେହେରା, ସୂର୍ଯ୍ୟକାନ୍ତ ବେହେରା, ବିମଳ ମହାପାତ୍ର, କାଶୀନାଥ ସ୍ୱାଇଁ, ତପନ ସ୍ୱାଇଁ, ରଶ୍ମିରଞ୍ଜନ ମହାରଣା, ବରିଷ୍ଠ ସଦସ୍ୟ ବୈଷ୍ଣବ ଚରଣ ଗାୟା, ଗୋବର୍ଦ୍ଧନ ଖୁଣ୍ଟିଆ, ବସନ୍ତ ମଲ୍ଲିକ୍, ତପନ କୁମାର ନାୟକ, ସତ୍ୟବ୍ରତ ସାହୁ, ମନୋଜ ଦାସ, କ୍ଷୀରୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାର୍ତ୍ତିକ ଚନ୍ଦ୍ର ବେହେରା ଓ ସୂର୍ଯ୍ୟକାନ୍ତ ବେହେରା। ଶେଷରେ କିରଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





