ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୁଭାରମ୍ଭ ହେଲା ଆଗ୍ରି-ଲଜିଷ୍ଟିକ୍ସ ଏବଂ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ବିଶେଷୀକୃତ ପାଠ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଆଗ୍ରି-ମ୍ୟାନେଜମେଣ୍ଟ ପକ୍ଷରୁ ଏମବିଏ (ଆଗ୍ରିବିଜିନେସ୍ ମ୍ୟାନେଜମେଣ୍ଟ) ପାଠ୍ୟକ୍ରମ ଅଧୀନରେ ‘ଆଗ୍ରି-ଲଜିଷ୍ଟିକ୍ସ ଏବଂ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ’ ବିଶେଷୀକୃତ ଶିକ୍ଷାଦାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ୨୦୨୬–୨୭ ଶିକ୍ଷାବର୍ଷରୁ ଏହି ନୂତନ ପାଠ୍ୟକ୍ରମ କାର୍ଯ୍ୟକାରୀ ହେବ।କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ଆର୍. ଯାଦବ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦକ୍ଷ ଆଗ୍ରି-ଲଜିଷ୍ଟିକ୍ସ ବ୍ୟବସ୍ଥା କୃଷକଙ୍କ ଆୟ ବୃଦ୍ଧି ଓ କୃଷି ବିପଣନରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ସଭାପତିତ୍ୱ କରି କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଥିଲେ ଯେ, ଶିଳ୍ପର ଆବଶ୍ୟକତା ଅନୁଯାୟୀ ୱେରହାଉସିଂ, କୋଲ୍ଡ-ଚେନ୍, କ୍ରୟ, ପରିବହନ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ରପ୍ତାନି ଓ ଡିଜିଟାଲ୍ ସପ୍ଲାଇ ଚେନ୍ କ୍ଷେତ୍ରରେ ଦକ୍ଷ ମାନବ ସମ୍ପଦ ସୃଷ୍ଟି ଲକ୍ଷ୍ୟରେ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ପ୍ରଫେସର ସନତ ମିଶ୍ର, ପ୍ରଫେସର-ଇନ୍-ଚାର୍ଜ, CAMଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳସଚିବ ଡଃ ସ୍ୱାତୀ ମିଶ୍ର, ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜେ. ଦଣ୍ଡପାଟ, ବ୍ୟବସାୟ ପ୍ରଶାସନ ବିଭାଗର ମୁଖ୍ୟ ଡଃ ରଶ୍ମିତା ସାହୁ, ଆଗ୍ରି-ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ଦୀପକ ରାମ, ବିଭିନ୍ନ ବିଭାଗର ଅଧ୍ୟାପକ, ଗବେଷକ ଓ ଶିଳ୍ପ ଜଗତର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.