ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଂପାଦକ ଭବାନୀପ୍ରସାଦ ସାହୁ ମୁଖ୍ୟଅତିଥି, ରଜତଜୟନ୍ତୀ କମିଟି ସଂପାଦକ ନରୋତ୍ତମ ସେଲମା, ପୌରକେଲା ବି.ଆର.ଆମ୍ବେଦକର ଉଚ୍ଚବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ଗୌଡ, ରେଙ୍ଗାଲି ଉପ୍ରାବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଗଙ୍ଗାଧର ରଣା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଧାନଚାର୍ଯ୍ୟ ବାସୁଦେବ ସେଲାମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଳାସିନୀ ରଣା ସଭାସଂଯୋକନା ଓ ପ୍ରଦୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମୋଟ ୧୩୮ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ । ବିଜ୍ଞାନ ଓ ଗଣିତ ଉଭୟ ବିଭାଗର ପ୍ରକଳ୍ପ ଗୁଡିକ ଏଥିରେ ସ୍ଥାନୀତ ହୋଇଥିଲା । ଉଦଯାପନୀ ଉତ୍ସବରେ ବାପୁଜୀ ହାଇସ୍କୁଲ ରିଷିଡାର ବରିଷ୍ଠ ଶିକ୍ଷକ ସାଗର ରଣା ମୁଖ୍ୟଅତିଥି, ପରିଚାଳନା ସମିତି ସଭାପତି ହିରୋଜ ଚାନ୍ଦ, ସଂପାଦକ ଭବାନୀପ୍ରସାଦ ସାହୁ, କୋଷାଧ୍ୟକ୍ଷ ସୁନିଳ କୁମାର କେଡିଆ, ଯୁଗ୍ମସଂପାଦକ ବିରୋଜ କୁମାର ସାହୁ, ସଦସ୍ୟା ଗୀତାଞ୍ଜଳି ରଣା ଓ ସଂଗ୍ରମିତା ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତୀଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନଚାର୍ଯ୍ୟ ବାସୁଦେବ ସେଲମା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସରୋଜ ଗହୀର ସମାରୋପ ବୃତ୍ତକଥନ କରିଥିଲେ । ଦେବେନ୍ଦ୍ର ମହାନନ୍ଦ ପୁରସ୍କାର ବିତରଣ କୁ ସଂଯୋଜନା କରିଥିବା ବେଳେ ବିଳାସିନୀ ରଣା ସଭାସଂଯୋଜନା ଓ ପ୍ରଦୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ପର୍ଶୁରାମ ଓଝା, ପ୍ରମୋଦ କୁମାର ଗୌଡ, ସୁଶ୍ରୀ ନୂତନ ନନ୍ଦନ, ଗଙ୍ଗାଧର ରଣା, ସୁଶ୍ରୀ ରାଜେଶ୍ୱରୀ ନନ୍ଦ ଓ ସରୋଜ ଗହୀର ଯୋଗଦେଇଥିଲେ । ପରୀକ୍ଷିତ ନାଗ, କୁନେର ନାଗ, ପ୍ରଶନ୍ନ ସାହୁ, ଲାଲୁ ହରିଜନ, ଝିଲିରାଣୀ ବାଗ ଙ୍କ ସମେତ ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀରେ ବାଳବର୍ଗ ବିଜ୍ଞାନରେ ଆର ସାଇକ୍ରିର୍ଷ୍ଣା, ଗଣିତ ପ୍ରକଳ୍ପରେ ସୁଧାଂଶୁ ଗହୀର, ଶିଶୁବର୍ଗ ବିଜ୍ଞାନରେ ରୂପଶ୍ରୀ ସାହୁ, ଗଣିତ ପ୍ରକଳ୍ପରେ ଅନ୍ୱେଷାରାଣୀ ସେଲମା, ତୃତୀୟଶ୍ରେଣୀ ବିଜ୍ଞାନରେ ଆରିୟାନ ରଣା, ଗଣିତରେ ରୋଜାଲିନ ଗୁରୁ, ଦ୍ୱିତୀୟଶ୍ରେଣୀ ବିଜ୍ଞାନରେ ସମୀକ୍ଷା ରଣା, ଗଣିତରେ ଇଶାନ ବାଗ, ପ୍ରଥମଶ୍ରେଣୀ ବିଜ୍ଞାନରେ ସ୍ୱସ୍ତିକ ଦାସ, ଗଣିତରେ ସ୍ୱୟଂସମ୍ଭୁତା ରଣା ପ୍ରଥମସ୍ଥାନ ଅଧିକାର କରିଥିଲେ ।







