ବନ୍ୟା ସମୟରେ ମାନବିକ ପଦକ୍ଷେପ: ଛାତ୍ର ବିଜେଡିର ରକ୍ତଦାନ ଶିବିରରେ ସଂଗୃହୀତ ହେଲା ୭୧ ୟୁନିଟ୍ ରକ୍ତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବର୍ତ୍ତମାନର ବନ୍ୟା ପରିସ୍ଥିତିରେ ରକ୍ତଭଣ୍ଡାରରେ ଦେଖା ଦେଇଥିବା ରକ୍ତ ଅଭାବକୁ ପୂରଣ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ବସ୍ତା ନିର୍ବାଚନମଣ୍ଡଳୀର କଟିପୋଲସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୋଟ ୭୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଜଣାପଡ଼ିଛି। ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏବଂ ବସ୍ତା ବ୍ଲକ ସଭାପତି ତଥା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ବିଜେଡି ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ସେ ରକ୍ତଦାନକୁ ଏକ ମହତ୍ କାର୍ଯ୍ୟ ବୋଲି ବର୍ଣ୍ଣନା କରି ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

ଏହି ଅବସରରେ ଜଳେଶ୍ୱର ବିଧାୟକ ଅଶ୍ଵିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସ, ବାଲିଆପାଳ ବ୍ଲକ ସଭାପତି ଦେବେନ୍ଦ୍ର ଗିରି, ବାଲେଶ୍ୱର ଟାଉନ ସଭାପତି ମନୋଜ କୁମାର ରାଉତ ଏବଂ ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ଦେବେନ୍ଦ୍ର ବେହେରା, ପରମେଶ୍ୱର ବାରିକ, ଶିବାନନ୍ଦ ଦାସ ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ଜେନା, ଶରତ ପ୍ରଧାନ, ଅଖିଳ ବେହେରା, ଚିତ୍ତରଞ୍ଜନ ଜେନା, ମନ୍ମଥ ଚକ୍ରବର୍ତ୍ତୀ, ଅରୁଣ ଦାସ, ଦେବେନ୍ଦ୍ର ନାୟକ, ସଞ୍ଜୟ ବୁଗୁଡ଼ି, ସେକ୍ ନସର ଅଲ୍ଲୀ, କାର୍ତ୍ତିକ ସାହୁ, ରାଜକିଶୋର ପ୍ରଧାନ ଏବଂ ରାଜେଶ ଗିରି ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଛାତ୍ରନେତା ରାଜକିଶୋର ବେହେରା, ପାର୍ଥସାରଥୀ ସାହୁ, ରାଜେଶ ବେହେରା, ଗୋପାଳ ଚନ୍ଦ୍ର ମହାନ୍ତି, ଶୁଭମ ନାୟକ, ଆୟୁଷ ପ୍ରଧାନ, ଜଗବନ୍ଧୁ ବାଡ଼ି, ଉମାକାନ୍ତ ଦାସ, ଶିବ ବାଡ଼ି, ବିନୋଦ ବିଶ୍ୱାଳ, ସୁବ୍ରତ ବାଗ, ବିଭାସ ନାୟକ, ମିଥୁନ କୁମାର ବେହେରା ଏବଂ ଭବଶଙ୍କର ମୁଖୀ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ଭୂମିକା ନେଇଥିଲେ। ବନ୍ୟା ପରିସ୍ଥିତିରେ ରକ୍ତ ଅଭାବ ଦୂର କରିବା ଦିଗରେ ଏହି ରକ୍ତଦାନ ଶିବିର ଏକ ପ୍ରଶଂସନୀୟ ଏବଂ ମାନବିକ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.