ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଦିନକୁ ଦିନ ଗଜରାଜଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମେ ବିଟ ର ଜାମପଡା ଓ ଖଇରମାଳ ମଝି ଜଙ୍ଗଲରେ ପୁଣି ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ଛୁଆ ହାତୀ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ହାତୀର ମୃତ ଦେହ ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ଜଣା ପଡିବ ବୋଲି ରେଞ୍ଜ ଅଧିକାରୀ ମତବ୍ୟକ୍ତ କରିଛନ୍ତି।





