ରାୟଗଡ,୭/୯ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ୍, କାଶିପୁର ଶାଖା ପକ୍ଷରୁ ସ୍ୱଂୟ ସହାୟକ ଗୋଷ୍ଠୀକୁ ଗରମ ରନ୍ଧା ଖାଦ୍ୟର ରେସନ ସାମଗ୍ରୀ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ତିବ୍ର ବିରୋଧ କରାଯାଇ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଦାବିପତ୍ରରେ ୧୯୯୨ ମସିହାରୁ ସରକାରଙ୍କ ନିର୍ଦେଶନାମା ଅନୁସାରେ ଅଙ୍ଗନୱାଡି କର୍ମୀମାନେ କାର୍ଯ୍ୟକାରି ଆସୁଛନ୍ତି । କିନ୍ତୁ ବର୍ତମାନ ବିଭାଗୀୟ ଅଧୀକାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ନ୍ୟାସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ସ୍ୱଂୟ ସହାୟକ ଗୋଷ୍ଠିଙ୍କୁ ଗରମ ରନ୍ଧା ଖାଦ୍ୟ ଏବଂ ଟିଏଚଆର ଅଣ୍ଡା ଏବଂ ଖାଦ୍ୟ ସାମଗ୍ରୀ କେନ୍ଦ୍ର ମାନଙ୍କରେ ପହଂଚାଇବା ପାଇଁ ସ୍ଥିର କରାଯାଇଛି । ଯାହାକି ନିୟମ ବିରୋଧ ବୋଲି ଜଣାପଡିଛି । ତେଣୁ ପୂର୍ବପରି ଗରମ ରନ୍ଧା ଖାଦ୍ୟ କର୍ମୀମାନଙ୍କ ଦ୍ୱାରା ପରିଚାଳନା କରିବାକୁ ଦାବି କରିଛନ୍ତି । ସେହିପରି ୨୦୦୯ ମସିହା ଠାରୁ କାଶିପୁର ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରତ୍ୟେକ ସଭା ପିଚ୍ଛା ୧୫ଟଙ୍କା ଲେଖାଁଏ ଟିଏ, ଡିଏ ଏବଂ ଘରଭଡା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଦୀର୍ଘ ୯ବର୍ଷ ହେଲା ଏହି ଟଙ୍କା ପ୍ରଦାନ କରାଯାଉ ନ ଥିବା ବେଳେ ଗତ ୪ ମାସ ହେଲା ଦରମା ମଧ୍ୟ ପ୍ରଦାନ କରାଯାଇନାହିଁ । ସେହିପରି ଦୀର୍ଘ ୨ବର୍ଷ ହେଲା କେନ୍ଦ୍ରର ସମସ୍ତ ହିସାବ ରଖିବା ନିମନ୍ତେ ଏମଆଇଏସ ରେଜିଷ୍ଟାର ମଧ୍ୟ ପ୍ରଦାନ କରାଯାଇ ନାହିଁ । ଯାହାଫଳରେ ବ୍ଳକରେ ଥିବା ୫୦୦ଜଣ ଅଙ୍ଗନୱାଡୀ , ହେଲପର,ମିନି ଅଙ୍ଗନୱାଡି କର୍ମୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ବହୁ ସମୟରେ ଚର୍ଚ୍ଚିତ ରହୁଥିବା କାଶିପୁର ବ୍ଲକରେ ବର୍ତମାନ ଜଣେ ସ୍ଥାୟୀ ସିଡିପିଓଙ୍କୁ ନିଯୁକ୍ତ କରାଯାଉନାହିଁ । କାଶିପୁର ବ୍ଲକ ଅନ୍ତର୍ଗତ ଗୋରଖପୁରର ସୁପରଭାରଜର ଡାଳିମ୍ବ ନାୟକଙ୍କୁ ଭାରପ୍ରାପ୍ତ ସିଡିପିଓ ଭାବେ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବେଳେ ବ୍ଳକରେ ଛତୁଆ ଠିକ ସମୟରେ ବଂଟନ ହେଉନଥିବା ମଧ୍ୟ ଅଙ୍ଗନୱାଡି କର୍ମୀ ମାନେ ପ୍ରକାଶ କରିଛନ୍ତି । କାଶିପୁର ବ୍ଲକରେ ୩ଟି ସଂସ୍ଥାକୁ ଛତୁଆ ବଂଟନ କରିବାର ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ତମାନ ୨ଟି ସଂସ୍ଥା ହଁ ଛତୁଆ ବଂଟନ କରୁଛନ୍ତି । ଯଦି ପ୍ରଶାସନ ଉକ୍ତ ଦାବିଗୁଡିକ ମାନି ତୁରନ୍ତ ଏହାର ସମାଧାନ ନ କରନ୍ତି ତା ହେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେବା ବୋଲି ଧମକ ଦେଇଛି ।
ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ହେଲପର, ରୋଷଇୟା ଅନ୍ୟାନ୍ୟ ସମସ୍ୟା ନେଇ ଶୁକ୍ରବାର ଦିନ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚି ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଅନୁପସ୍ଥିତ ରହିଥିବାରୁ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଆଦିପତି କହଁରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ଗ୍ରହଣ କରି ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ଶ୍ରୀ କହଁର ପ୍ରକାଶ କରିଥିଲେ ।
ଏହି ଦାବି ପତ୍ର ପ୍ରଦାନ ସମୟରେ କାଶିପୁର ବ୍ଲକ ଅଙ୍ଗନୱାଡି ଲେଡିଜ୍ ୱାକର୍ସ ଆସୋସିଏସନର ସଭାନେତ୍ରୀ ମଂଜୁଲା ପଣ୍ଡା, ସଂପାଦିକା ଗୌରୀ ପଣ୍ଡା, ଭାରତୀୟ ମଜଦୁର ସଘର ରାଜ୍ୟ ସଂପାଦକ ତଥା ରାୟଗଡା ଜିଲ୍ଲା ସଭାପତି ଯୋଗେଶ୍ୱର ଦାଶ, ସଂପାଦକ ଖଗେଶ୍ୱରେ ସିଂ, ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟ ସାହୁ, ସଂପାଦିକା ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇