ଜାତୀୟ କୃମି ନାଶକ ଦିବସ ସଫଳ ପାଇଁ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମେଡିକାଲର ସମ୍ମିଳନୀ କକ୍ଷରେ ଜାତୀୟ କୃମି ନାଶକ ଦିବସକୁ ସଫଳ କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପ୍ରତିବର୍ଷ ଅଗଷ୍ଟ ୧୦ ତାରିଖ ଓ ଫେବୃଆରୀ ୧୦ ତାରିଖ ଜାତୀୟ କୃମି ନାଶକ ଦିବସ ପାଳନ ହୋଇଥାଏ। ଅଗଷ୍ଟ ୧୦ ର ଜାତୀୟ କୃମି ନାଶକ ଦିବସକୁ ସଫଳ କରିବା ପାଇଁ ବୁଗୁଡ଼ା ବ୍ଲକର ୧୧ଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବା ସହକାରୀ ଶିକ୍ଷକ ବୃନ୍ଦଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଆସନ୍ତା ୧୦ ତାରିଖରେ ସମସ୍ତ ପିଲା ଖାଇସାରିବା ପରେ ଗୋଟିଏ ଲେଖାଁଏ ଆଲବେଣ୍ଡାଜଲ ବଟିକା ଚୋବାଇ ଖାଇଲା ପରେ ପାଣି ପିଇବାକୁ କୁହା ଯାଇଥିଲା। ଯେଉଁ ପିଲାମାନେ ୧୦ ତାରିଖରେ ଅନୁପସ୍ଥିତ ରହି ଖାଇ ନଥିବେ ସେମାନଙ୍କୁ ୧୭ ତାରିଖରେ ସେବନ କରିବାକୁ ପରାମର୍ଶ ଦିଆଯାଇଥିଲା। ମେଡିକାଲ ଅଫିସର ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ, ଡାକ୍ତର ଚିନ୍ମୟୀ ସାମନ୍ତରା ଓ ଡାକ୍ତର ହିମାଂଶୁ ଶେଖର ପଣ୍ଡା ଏହି ତାଲିମ ପ୍ରଦାନ କରିଥିଲେ। ଶେଷରେ ପିଏଚ୍‌ଓ ରଜନୀ କୁମାରୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରି ପ୍ରୋଗ୍ରାମକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.