ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସ ମହାରାଜ ଜୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଭବାନୀପାଟଣାଠାରେ ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ପକ୍ଷରୁ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସମ୍ପାଦକ ଲୋକନାଥ ଦୁର୍ଗାଙ୍କ ତତ୍ତ୍ୱାବଧାନରେ ଭବାନୀପାଟଣା ଜେଲଛକ ଠାରୁ ପୁରୁଣାପଡ଼ା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିବା ସହିତ ଏକ ଭବ୍ୟ କଳସ ବନ୍ଧନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀଗୁରୁ ରବିଦାସ ମହାରାଜଙ୍କ ମହାନ ଆଦର୍ଶ, ସାମାଜିକ ସମରସତା, ଭାଇଚାରା ଓ ସମାନତାର ବାର୍ତ୍ତାକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ରମେଶ ମାଝୀ, ବିଷ୍ଣୁ ନାଏକ, ଭବାନୀ ନିଆଲ, କାଞ୍ଚନ ବାଗ, ଦେବେନ୍ଦ୍ର ମହାନ୍ତି, ହିମାଂଶୁ ପଣ୍ଡା, ସଂଯୁକ୍ତା ସିଂ, ଭାରତ ଦେଓ, ଅନିରୁଦ୍ଧ ପ୍ରଧାନ, ଅନାମ ନାଏକ, ଅପ୍ରେସ ସ୍ୱାଇଁ, ଶରତ ନାୟକ, କୈଳାସ ବିହାରୀ, ସୁଧୀର ମୁଣ୍ଡ, ତ୍ରିନାଥ ଶବର ପୱନ୍ ସିଂ ସମେତ ଦଳୀୟ ନେତୃବୃନ୍ଦ, କର୍ମକର୍ତ୍ତା ଓ ସମସ୍ତ ଜିଲ୍ଲା ପଦାଧିକାରୀ, ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ନେତୃତ୍ଵ, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଓ ସହ-ପ୍ରଭାରୀ, ସମସ୍ତ ଜିଲ୍ଲା ମୋର୍ଚ୍ଚାର ସଭାପତି ଓ ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି ଓ ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ମଣ୍ଡଳ ସଭାପତି ତଥା ସମରସତା ଅଭିଯାନର ସମସ୍ତ ମଣ୍ଡଳ ଟୋଲିର ସଦସ୍ୟ ଓ ସଦସ୍ୟା,ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରୀଗୁରୁ ରବିଦାସ ମହାରାଜଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ଏହି ପବିତ୍ର ଅବସରରେ ସମାଜରେ ଏକତା, ସମରସତା ଓ ସାମାଜିକ ସୌହାର୍ଦ୍ଦ ବଜାୟ ରଖିବା ସହ ଶ୍ରୀଗୁରୁ ରବିଦାସ ମହାରାଜଙ୍କ ଆଦର୍ଶକୁ ଜନଜୀବନରେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହିତ କାର୍ଯକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।







