ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠରେ ଶ୍ରାବଣ ଦ୍ବିତୀୟ ସୋମବାର

ଦ୍ବାଦଶ ରୁଦ୍ର ବନ୍ଦନା ସହ ଭକ୍ତଙ୍କ ଜଳାଭିଷେକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠରେ ଆଜି ଦ୍ବାଦଶ ରୁଦ୍ର ବନ୍ଦନା ସହ ମହାଦେବଙ୍କ ବିଶେଷ ପୂଜା ଅନୁଷ୍ଠିତ ହୋଇଛି। ଦ୍ଵାପର ଯୁଗର କିର୍ତ୍ତି ବହନ କରୁଥିବା ‘ଦେବଗିରି’ ଶ୍ରାବଣ ଦ୍ବିତୀୟ ସୋମବାରରେ ମୁଖରିତ ହୋଇ ଉଠିଛି। ମହିଷାସୁରଙ୍କ ପଣନାତି ‘ଗୋସିଙ୍ଗ ଦୈତ୍ୟ’ ଦେବଗିରି ଗୁମ୍ଫା ମଧ୍ୟରେ ଶିବ ଆରଧନା କରୁଥିଲେ। ସେହି ଶିବଲିଙ୍ଗଙ୍କୁ ଶ୍ରାବଣ ଦ୍ବିତୀୟ ସୋମବାରରେ ଶ୍ରଦ୍ଧାର ସହ ଜଳାଭିଷେକ କରିଛନ୍ତି ହଜାର ହଜାର ଭକ୍ତ। ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଦେବଗିରି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଦେବଗିରି ମଠର ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ସମସ୍ତ ଭକ୍ତମାନଙ୍କ ପାଇଁ ରୁପ୍ରାରୋଡର ସ୍ବର୍ଗତ ଗଜାନନ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲଙ୍କ ଦ୍ବାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଷ୍ଣୁ ଗଉଡ, ରଜନୀ ଗଉଡ, ସୁରେନ୍ଦ୍ର ମାଝୀ, ବିଜୟ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡ ପ୍ରମୁଖ ସହଯୋଗ କରିଥିଲେ। ଭକ୍ତମାନେ ଶିବ ଦର୍ଶନ ସହ ପ୍ରକୃତିର ଭରପୁର ମଜା ଉଠାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.