ଓଡ଼ିଆ ବାର୍ତ୍ତା/ କଟକ ସଦର (ଜଗନ୍ନାଥ ଆଚାର୍ଯ୍ୟ): କଟକ ସଦର ୪୨ ମୌଜାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କଳପଡ଼ାରେ ଅନୁଷ୍ଠିତ ହୋଇଥିଲା। ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ସଙ୍ଗଠନ ପକ୍ଷରୁ ଉତ୍କଳ ହସ୍ପିଟାଲ ସହଯୋଗରେ କଳପଡ଼ା କଲ୍ୟାଣ ମଣ୍ଡପ ପରିସରରେ ଚଳିତ ମାସ ୨୩ ତାରିଖ ଦିନ ସକାଳ ପ୍ରାୟ ୯ ଘଟିକା ସମୟରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ସଙ୍ଗଠନର ସଭାପତି ମନୋଜ କୁମାର ନାୟକ ଯୋଗ ଦେବେ ବୋଲି ଅନୁଷ୍ଠାନର ଉପଦେଷ୍ଟା ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିରେ ବିଭିନ୍ନ ଗ୍ରାମର ଅଞ୍ଚଳବାସୀମାନେ ଶିବିରରେ ଚିକିତ୍ସା କରାଇବା ସହିତ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଉପକୃତ ହୋଇପାରିବେ। ଏଥିରେ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।





