ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ନେଇ ଭବାନୀପାଟଣା ସହର ପୁରୁଣାପଡ଼ାସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠିଛି। ମନ୍ଦିରରେ ଶ୍ରୀ ରାଧାକୃଷ୍ଣଙ୍କୁ ସ୍ୱତନ୍ତ୍ର ଶୃଙ୍ଗାର କରାଯିବା ସହ ବିଶେଷ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି। ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭଜନ, କୀର୍ତ୍ତନ ଓ ନାମସଙ୍କୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ନିରଞ୍ଜନ ପ୍ରଧାନ, ଶ୍ରୀଧର ପଲାଇ, ମନ୍ଦିର ମୁଖ୍ୟ ପୂଜକ ରଥାଙ୍ଗ ଠାକୁର, ସହ ପୂଜକ ସଦାଶିବ ରଥ, ଚନ୍ଦ୍ରଶେଖର ଡାକୁଆ, ଆଲୋକ କୁମାର ସାହୁ, ବିକାଶ ପ୍ରଧାନ, କାହୁଁ ପ୍ରଧାନ, ପରଖିତ ବିଶ୍ୱାଳ, ପ୍ରଦେଶ ରଞ୍ଜନ ପ୍ରଧାନ, ଇନ୍ଦ୍ରଜିତ୍ ମହାକୁଡ଼, ସୀତାକାନ୍ତ ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଦୀପକ କୁମାର ସାହୁ, ରାଜବୀର ମହାକୁଡ଼, ଦୁଃଖିଶ୍ୟାମ ପ୍ରଧାନ, ସନ୍ତୋଷ ପ୍ରଧାନ, ହିମାଂଶୁ ଡାକୁଆ ପ୍ରମୁଖ ସହୋଯୋଗ କରିଥିଲେ।





