ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ବ୍ରଜବିହାର ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ପାଳିତ ହୋଇଛି। କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ୟୁକେ ବ୍ୟାଙ୍କ ମ୍ୟାନେଜର ଶ୍ରୀ କୃଷ୍ଣ ମୋହନ ଯୋଶୀ। କୃଷ୍ଣଙ୍କ ଭକ୍ତିଭାବର ଅର୍ଘ୍ୟ ଢାଳିଥିଲେ ନିଜ ବକ୍ତବ୍ୟ ରେ ଏବଂ ଲକ୍ଷ୍ମଣା ନନ୍ଦଙ୍କ ଜୀବନ ଚରିତ୍ର କହିଥିଲେ ପ୍ରଧାନ ଆଚାର୍ଯ୍ୟ। ମଞ୍ଚ ପରିଚାଳନା କରିଥିଲେ ରଶ୍ମିତା ପଣ୍ଡା, ଅତିଥିଙ୍କ ପରିଚୟ ରଖିଥିଲେ ବନଶ୍ରୀ ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରମୋଦିନୀ ମହାରଣା। ବାଟିକା ବିଭାଗରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୃଷ୍ଣ ଓ ରାଧା ବେଶରେ ସୁସଜ୍ଜିତ ହୋଇ ପରିବେଶକୁ ରାଧା କୃଷ୍ଣ ମୟ କରିଦେଇଥିଲେ ଏବଂ ଆକାର୍ଷଣୀୟ ଥିଲା କୁନି କୁନି କୃଷ୍ଣ ଙ୍କ ଦହିହାଣ୍ଡି ଭାଙ୍ଗିବା। ବାଲ ଗୋବିନ୍ଦଙ୍କ ପ୍ରତିଷ୍ଠା ହୋମ ଯଂଜ୍ଞ ପୂର୍ବକ ଅତିଥି ଓ ପୂଜକ ଅୟସକାନ୍ତଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା। ସହଯୋଗ କରିଥିଲେ ସନ୍ତୋଷିନୀ ଆଚାରୀ, ଜ୍ୟୋତି ମହାପାତ୍ର, ମୋନାଲି ମହାପାତ୍ର, ସୁମତି ମୁଣ୍ଡ, ସୁକାନ୍ତି ଦାଶ, ଅନିତା ପଣ୍ଡା, ମନୋଜ ନାୟକ, ରୁଦ୍ର ସିଂହ, ଇତ୍ୟାଦି ଗୁରୁଜୀ ଗୁରୁମା ଏବଂ ବୌଦ୍ଧିକ ର ଦାୟିତ୍ୱ ନେଇଥିଲେ ରଶ୍ମି ମିଶ୍ର, ଜୟରାମ ସାହୁ, ଶିବ ପ୍ରଧାନ ଓ ଶିଶୁ ଭାଇ ଭଉଣୀ କୃଷ୍ଣ ଭଜନ ଗାନ କରିଥିଲେ ସାମୁହିକ ଭାବରେ। ଶିଶୁ ଶୃଙ୍ଖଳା ରେ ଥିଲେ ସୁଶାନ୍ତ ବାରିକ, ସୁନିତା ନାୟକ, ବରେନ୍ୟ ଗୁରୁଜୀ, ସୁଧାରାଣୀ ପଣ୍ଡା, ଅଂଶୁ ମିଶ୍ର, ସସ୍ମିତା ଖମାରୀ, ସବିତା ପାଳ, ସୁନିତା ରାଉଳ ଓ ସ୍ଵାଗତିକା ପାଳ। ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା।





