ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ୍ ଅଧିନରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରେଙ୍ଗସାପାଲି ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ଭାଇ-ଭଉଣୀ ମାନେ ଶ୍ରୀକୃଷ୍ଣ, ରାଧା, କେଶବ, ବଳରାମ, ସୁଦାମା, ହନୁମାନ, ଗୋପୀ ଗୋପାଳ ଓ ବସୁଦେବ ବେଶରେ ସୁନ୍ଦର ଭାବରେ ସଜ୍ଜିତ ହୋଇ ସାଂକୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ନଗର ପରିକ୍ରମା କରିଥିଲେ ଏବଂ ଶ୍ରୀକୃଷ୍ଣଙ୍କ ପୂଜା ଆରାଧନା କରିବା ସହ କୁନି କୁନି ଭାଇ-ଭଉଣୀ ମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଲା ସଂପର୍କରେ ଗୁଣ ଗାନ କରି ବକ୍ତବ୍ୟ ରଖିଥିଲେ । ରେଙ୍ଗସାପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଘନଶ୍ୟାମ ମଶ୍ରା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣଙ୍କ ମାହାତ୍ମ୍ୟର ଅମୃତ ବାଣୀକୁ ସର୍ବ ସମ୍ମୁଖରେ ଉପସ୍ଥାପନ କରି ବୁଝାଇଥିଲେ । ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ନାଏକ ଓ କୁନା ମଶ୍ରା, ରିଙ୍କୁ ରହ୍ନା, ମୋହନ ବୁଦ୍ଧିଆ, ମଞ୍ଜୁଳା ମାଝୀ, ବୀଣା ମାଝୀ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ରହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବକୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ।





