କୋକସରାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ

ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଓ ଅବସର ଗୁରୁଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): “ଗୁରୁ”, ଯିଏ ଶିକ୍ଷାଦାନ ଦିଏ, ପ୍ରକୃତରେ ଶିକ୍ଷକତା ସହିତ ଶିକ୍ଷାଦାନ ଏକ ମହନୀୟ କାର୍ଯ୍ୟ,, ଗୁରୁ,, ଯିଏ ଅନ୍ଧାର ରୁ ଆଲୋକ ବା ଜ୍ଞାନ ହୀନ କୋମଲ ମତି ଶିଶୁ କୂ ଶିକ୍ଷାଦାନ କରି ତାର ଭବିଷ୍ୟତ ଗଠନ କରିଥାଏ l ଏହି ଗୁରୁ ଙ୍କ ପୂଜନ ନିମନ୍ତେ ସେପ୍ଟେମ୍ବର ପାଞ୍ଚ ତାରିଖ ଦିନ ଡ଼ ରାଧା କ୍ରିଷ୍ଣାନ ଙ୍କ ଜନ୍ମଦିନ କୂ ଗୁରୁ ଦିବସ ରୂପେ ପାଳନ କରି ଥାନ୍ତି l ଏହି ଦିବସକୁ ପାଳନ କରିବାକୁ ଯାଇ କଲାହାଣ୍ଡି କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ୨୯ ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ କାଉଡୋଳା ଧାନ ମଣ୍ଡି ଠାରେ ଶନିବାର ଉତ୍ସାହ ଓ ଉଦ୍ଧିପନା ସହିତ ପାଳନ ହୋଇଛି l ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପଦ୍ମଲୋଚନ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ମୁଖ୍ୟବକ୍ତା ଭାବେ ବୋର୍ଡ ଅଫ ସେକାଣ୍ଡାରୀ କଟକ ସଦସ୍ୟ ଶିବ ପ୍ରସାଦ ବେହେରା , ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ,କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଜିଲ୍ଳା ସହ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ରାଜ୍ୟ ଜୋନାଲ ସମ୍ପାଦକ ବିରେନ କୁମାର ବାଗ, ଜିଲ୍ଳା କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଅଜିତ କୁମାର ନାଏକ , ଉପଦେଷ୍ଟା ଗଣେଶ ପ୍ରସାଦ ବେହେରା, ଭୁବନେଶ୍ୱର ପଟ୍ଟନାୟକ, ଉପଦେଷ୍ଟା ସରୋଜ କୁମାର ପଣ୍ଡା,ଅଶୋକ କୁମାର ତ୍ରିପାଠୀ, ଭୂରୀଶ୍ରବା ଜାଲ, ଜିତ ମହାପାତ୍ର, ଯୁଧିଷ୍ଠି ସାହୁ, ବିଭୂତି ପ୍ରହରାଜ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ବିଭିନ୍ନ ବ୍ଳକର ମୁଖ୍ୟମନ୍ତ୍ରୀ ପୁରସ୍କାର ଶିକ୍ଷକ, ଆଦର୍ଶ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦିବଙ୍ଗତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ମରଣାତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ କରିଥିଲେ। ଶିକ୍ଷକ ଲଲିତ କୁମାନ ନାଏକ ମଞ୍ଚ ସଂଯୋଜନା କରିଥିବାବେଳେ କ୍ଷୀରସିନ୍ଧୁ ବାଣୁଆ, ଯଶୋଧାରା ବାଗ ସହଯୋଗ କରିଥିଲେ। କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି, ସମ୍ପାଦକ ସମେତ ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୧୩ ଗୋଟି ବ୍ଳକରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ। ଶିକ୍ଷକ ନିଲାମ୍ବର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.